ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୧୨: ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଥିଲା। ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ଆଇଜିଏଚ୍ ଅଧୀକ୍ଷକ କହିଛନ୍ତି। ଝାଡ଼ାବାନ୍ତି ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲା ଝାଡ଼ାବାନ୍ତି ସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରିବେ। ଏପରି କି ବରିଷ୍ଠ ଅଧିକାରୀଙ୍କ […] The post ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୯।୧୨: ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଥିଲା। ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ଆଇଜିଏଚ୍ ଅଧୀକ୍ଷକ କହିଛନ୍ତି। ଝାଡ଼ାବାନ୍ତି ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲା ଝାଡ଼ାବାନ୍ତି ସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରିବେ। ଏପରି କି ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବେ।
ଆର୍ଜିଏଚ୍ରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୧୨ଶିଶୁଙ୍କ ସମେତ ୧୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ବ୍ୟବସ୍ଥା କରାଯାଇଛି। ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ସ୍ବତନ୍ତ୍ର ଟିମ୍ ଆସି ଚିକିତ୍ସା କରୁଛନ୍ତି। ସେମାନଙ୍କୁ ଡାକ୍ତର, ବିଶେଷଜ୍ଞ, ପାରାମେଡ଼ିକାଲ ଷ୍ଟାଫ୍ ଓ ନର୍ସିଂ ଷ୍ଟାଫ୍ ଚିକିତ୍ସାରେ ସହଯୋଗ କରୁଛନ୍ତି। ଗତ ୧୧ତାରିଖରୁ ଆଜିଯାଏ ମୋଟ ୩୪୨ ଜଣ ରୋଗୀ ଆର୍ଜିଏଚ୍ରେ ଭର୍ତ୍ତି ହୋଇଥିଲେ। କିଛି ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
The post ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.