ରାକ୍ଷୀ ପୂର୍ଣ୍ଣମୀରେ ଖୁଡ଼ୀ ମଥାରୁ ସିନ୍ଦୂର ଲିଭାଇ ଦେଲା ପୁତୁରା
ବାଂଶପାଳ : ମୋ ବାପାକୁ ମାରି ସାରିବା ପରେ ମୋ ମା’କୁ ମାରି ଦେଇଥାଆନ୍ତା ମୁଁ ଅଟକାଇଲି ବୋଲି ମୁଁ ବି ଆଘାତ ହୋଇଛି । ମୋ ବାପାକୁ ମାରିଥିବା ବ୍ୟକ୍ତିକୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି କାନ୍ଦି କାନ୍ଦି କ୍ୟାମେରା ସାମ୍ନାରେ କହୁଛି ଝିଅ । ସେପଟେ ସ୍ୱାମୀର ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗପଡ଼ିଛନ୍ତି ସ୍ତ୍ରୀ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ ଝିଅ ମଧ୍ୟ କାନ୍ଦି କାନ୍ଦି ଚେତା ହରାଉଛି । ଆଉ […] The post ରାକ୍ଷୀ ପୂର୍ଣ୍ଣମୀରେ ଖୁଡ଼ୀ ମଥାରୁ ସିନ୍ଦୂର ଲିଭାଇ ଦେଲା ପୁତୁରା appeared first on KNews Odisha.

ବାଂଶପାଳ : ମୋ ବାପାକୁ ମାରି ସାରିବା ପରେ ମୋ ମା’କୁ ମାରି ଦେଇଥାଆନ୍ତା ମୁଁ ଅଟକାଇଲି ବୋଲି ମୁଁ ବି ଆଘାତ ହୋଇଛି । ମୋ ବାପାକୁ ମାରିଥିବା ବ୍ୟକ୍ତିକୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି କାନ୍ଦି କାନ୍ଦି କ୍ୟାମେରା ସାମ୍ନାରେ କହୁଛି ଝିଅ । ସେପଟେ ସ୍ୱାମୀର ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗପଡ଼ିଛନ୍ତି ସ୍ତ୍ରୀ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ ଝିଅ ମଧ୍ୟ କାନ୍ଦି କାନ୍ଦି ଚେତା ହରାଉଛି । ଆଉ ଏସବୁ ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଛନ୍ତି ଗ୍ରାମବାସୀ । କିଭଳି ବା ନ ହେବେ ବାପ ପୁଅ ସମ୍ପର୍କ କେତେ ନିବିଡ଼ ତାହା ସାରା ସଂସାର ଜାଣିଛି । ଯେଉଁ ସମ୍ପର୍କରେ ଆଜି ଲାଗିଛି ରକ୍ତର ଛିଟା ।
ତେବେ ଏଭଳି ଅଭାବନୀୟକାଣ୍ଡ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଚମ୍ପାଝର ଗାଁରେ ଦେଖିବାକୁ ମିଳିଛି । ରାତି ପ୍ରାୟ ୯ ଟା ହୋଇଥାଏ । ନାତୀକୁ ଗେଲ କରୁଥିଲେ ଗୁରୁ କମାଲ ଆଉ ତାଙ୍କ ପାଖରେ ଥିଲେ ସ୍ତ୍ରୀ ଓ ଝିଅ । କିନ୍ତୁ ସାମାନ୍ୟ କଥାକୁ ନେଇ ଦାଦା କୁ ମାରଣାସ୍ତ୍ରରେ ଆକ୍ରମଣ କରି ଜୀବନ ନେଇଗଲା ପୁତୁରା । ମୃତକ ଗୁରୁ କମାଲଙ୍କ ବୟସ ପାଖାପାଖି ୬୫ ବର୍ଷ । ଅଭିଯୁକ୍ତ ପୁତୁରା ହେଉଛନ୍ତି ମଧୁ କମାଲ । ତାଙ୍କୁ ମଧ୍ୟ ୪୦ ବର୍ଷ ହେବ ।
ତେବେ ପୂରା ଘଟଣା ହେଉଛି ଚମ୍ପାଝର ଗାଁ ର ମଧୁ କମାଲ ଓ ଗୁରୁ କମାଲ ଦୁହେଁ ପଡୋଶୀ ହୋଇଥିବା ବେଳେ ସମ୍ପର୍କରେ ଦାଦା ପୁତୁରା । ଗତକାଲି ଦିନ ବେଳା ରାକ୍ଷୀ ପୂର୍ଣ୍ଣିମା ଥିବାରୁ ପୁରା ପରିବାର ହସ ଖୁସିରେ ଗାଁ ରେ ସମସ୍ତେ ପର୍ବ ପାଳନ କରିଥିଲେ । କିନ୍ତୁ ରାତି ୯ ଟାରେ ଗୁରୁ କମାଲ ତାଙ୍କ ସ୍ତ୍ରୀ ସହିତ ନିଜ ନାତୁଣୀକୁ ଘର ସମୁଖ ରେ ଖେଳାଉଥିଲେ । ଏହି ସମୟରେ ପାଖ ଘରର ପୁତୁରା ମଧୁ କମାଲଙ୍କ ସହିତ କୌଣସି କଥାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା । ଯେଉଁ ବଚସା ପରେ ଉଗ୍ରରୂପ ଧାରଣ କରିଥିଲା । ନିଶାରେ ଚୁର ଥିବା ପୁତୁରା ମଧୁ ହଠାତ ଉତ୍କ୍ଷିପ୍ତ ହୋଇ ଦୌଡି ଆସି ଘର ସାମ୍ନା ରେ ଗୁରୁ ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଚାଲିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ଗୁରୁଙ୍କ ଝିଅ ବାପାକୁ ବଞ୍ଚାଇବାକୁ ଆସି ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । କିନ୍ତୁ ସେ ଚାଲାକି କରି ଦୌଡି ପଳାଇବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଏହି ଘଟଣା ଦେଖି ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁତୁରା କୁ କାବୁ କରିବା ସହ ମୃତ ଦେହକୁ ଜବତ କରିଛି । ଏନେଇ ଘଟଣା ସ୍ଥଳରେ ସଦର ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ, ଆଇ ଆଇ ସି ଅଭିନାଶ ପରିଡା, ସାଇଣ୍ଟି ଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ପୋଲିସ ହତ୍ୟା ରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି । ଅଭିଯୁକ୍ତ ପୁତୁରା ମଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
The post ରାକ୍ଷୀ ପୂର୍ଣ୍ଣମୀରେ ଖୁଡ଼ୀ ମଥାରୁ ସିନ୍ଦୂର ଲିଭାଇ ଦେଲା ପୁତୁରା appeared first on KNews Odisha.