ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ
ଧର୍ମଶାଳା,୧୦ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ୪,୧୮୧ ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କଠାରୁ ପରାଜିତ ହୋଇଛନ୍ତି। ପରାଜୟର ୫ଦିନ ପରେ ରବିବାର ବିଜେଡି ପକ୍ଷରୁ ଜାରକାସ୍ଥିତ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଣବ ଯୋଗଦେଇ ଦଳର ପରାଜୟ ଉପରେ ସମୀକ୍ଷା କରିଛନ୍ତି। ପରାଜୟ ପାଇଁ ପ୍ରଣବ ନିଜକୁ ଦାୟୀ କରିଛନ୍ତି। ନିର୍ବାଚନମଣ୍ଡଳୀରେ […] The post ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ appeared first on Dharitri Odia News.
ଧର୍ମଶାଳା,୧୦ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ୪,୧୮୧ ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କଠାରୁ ପରାଜିତ ହୋଇଛନ୍ତି। ପରାଜୟର ୫ଦିନ ପରେ ରବିବାର ବିଜେଡି ପକ୍ଷରୁ ଜାରକାସ୍ଥିତ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଣବ ଯୋଗଦେଇ ଦଳର ପରାଜୟ ଉପରେ ସମୀକ୍ଷା କରିଛନ୍ତି। ପରାଜୟ ପାଇଁ ପ୍ରଣବ ନିଜକୁ ଦାୟୀ କରିଛନ୍ତି।
ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ସମସ୍ତ ଭୋଟରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ବିଜେଡି କର୍ମୀ ଏକ ହୋଇ କାମ କରିବା ସହ ବିରୋଧୀ ଦଳଭାବେ ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ୫୪ ପଞ୍ଚାୟତର ସଭାପତି, ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ଓ ଆଗଧାଡିର କର୍ମୀ ଯୋଗଦେଇ ପରାଜୟ ସମ୍ପର୍କରେ ମତରଖିଥିଲେ। ବୈଠକରେ କୁମାରୀ ପଞ୍ଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ, କୁମାରୀ ସରପଞ୍ଚଙ୍କ ପ୍ରତିନିଧି ପ୍ରଭୁରଞ୍ଜନ ସାମଲ, ଗଡ଼ମଧୁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ବେହେରା, ପୂର୍ବତନ ଜିଲା ପରିଷଦ ସଦସ୍ୟ ମମତା ଦଣ୍ଡପାଟ, ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ, ଉତ୍କଳମଣି ଦାସ, ଅବନିନ୍ଦ୍ର ଜେନା ଓ ସଞ୍ଜୀବ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।
The post ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ appeared first on Dharitri Odia News.