ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ; ଆରମ୍ଭ ହେଲା SIT ତଦନ୍ତ

ଗୁଜରାଟ ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ପରେ ଆରମ୍ଭ ହୋଇଛି SIT ତଦନ୍ତ। ନିଆଁ କେମିତି ଲାଗିଲା? ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ଏସମସ୍ତ ଘଟଣାର ଅନୁଧ୍ୟାନ କରିବାକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଅଗ୍ନିକାଣ୍ଡରେ ଏବେ ଯାଏଁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୧୨ ଜଣ ଶିଶୁ ଥିବା କୁହାଯାଉଛି। ଆହୁରି କିଛି ଜଣେ ଗୁରତର ଆହତ ହୋଇଛନ୍ତି। ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।

ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ; ଆରମ୍ଭ ହେଲା SIT ତଦନ୍ତ

ଗୁଜରାଟ ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ପରେ ଆରମ୍ଭ ହୋଇଛି SIT ତଦନ୍ତ। ନିଆଁ କେମିତି ଲାଗିଲା? ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ଏସମସ୍ତ ଘଟଣାର ଅନୁଧ୍ୟାନ କରିବାକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଅଗ୍ନିକାଣ୍ଡରେ ଏବେ ଯାଏଁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୧୨ ଜଣ ଶିଶୁ ଥିବା କୁହାଯାଉଛି। ଆହୁରି କିଛି ଜଣେ ଗୁରତର ଆହତ ହୋଇଛନ୍ତି।...ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।