ରାଜଘାଟରେ କେମିତି ହୁଏ ଅନ୍ତିମ ସଂସ୍କାର ? କେଉଁ ପ୍ରୋଟକଲ୍‌ ଆଧାରରେ କରାଯାଏ...

ନୂଆଦିଲ୍ଲୀ ୨୭।୧୨: ଆଉ ନାହାନ୍ତି ଦେଶର ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଛି ଦେଶ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଶନିବାର ସମ୍ପର୍ଣ୍ଣ ହେବ ଶେଷକୃତ୍ୟ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ସହ ସରକାରୀ କାର୍ଯ୍ୟାଳୟରେ ଅର୍ଦ୍ଧନିମିତ ହୋଇ ରହିଛି ଜାତୀୟ ପତାକା । ଆମେରିକାର ରହୁଥିବା ମନମୋହନ ସିଂହଙ୍କ ଝିଅ ଭାରତ ଆସିବା ପରେ ଶନିବାର ଶେଷକୃତ୍ୟ ହେବ । ଏହାପରେ ରାଜଘାଟରେ ମନମୋହନ ସିଂହଙ୍କର ହେବ ଅନ୍ତିମ ସଂସ୍କାର । ଏବେ ପ୍ରଶ୍ନ ଆସୁଛି ରାଜଘାଟରେ କେମିତି ହୋଇଥାଏ କାହାର ଅନ୍ତିମ ସଂସ୍କାର ? କେଉଁ ପ୍ରୋଟକଲ୍‌ରେ କରାଯାଏ ଏପରି କରାଯାଇଥାଏ ?ବାସ୍ତବରେ ରାଜଘାଟରେ ଶେଷକୃତ୍ୟ ପାଇଁ ରହିଛି ଅନେକ ନିୟମ । ସାଧାରଣତଃ  ଏଠାରେ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସ୍ୱତନ୍ତ୍ର ବ୍ୟକ୍ତି ଅନ୍ତିମ ସଂସ୍କାର କରାଯାଏ । ରାଜଘାଟରେ ଅନ୍ତିମ ସଂସ୍କାର ସ୍ୱତନ୍ତ୍ର ସୁରକ୍ଷା ପ୍ରୋଟୋକଲ ସହିତ ପୁରା ରାଜକୀୟ ସମ୍ମାନରେ ପାଳନ କରାଯାଏ ।  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ସମୟରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି । ଏହାବ୍ୟତୀତ ସେନା ବ୍ୟାଣ୍ଡ ଏବଂ ସଶସ୍ତ୍ର ବାହିନୀର ଯବାନମାନେ ଅନ୍ତିମ ସଂସ୍କାରରେ ଶାମିଲ ହୋଇଥାନ୍ତି । ଏବେ ପ୍ରଶ୍ନ ଆସୁଛି ରାଜଘାଟରେ କାହାର ଅନ୍ତିମ ସଂସ୍କାର କରାଯାଏ ? ରାଜଘାଟରେ ରହିଛି ମହାତ୍ମା ଗାନ

ରାଜଘାଟରେ କେମିତି ହୁଏ ଅନ୍ତିମ ସଂସ୍କାର ? କେଉଁ ପ୍ରୋଟକଲ୍‌ ଆଧାରରେ କରାଯାଏ...

ନୂଆଦିଲ୍ଲୀ ୨୭।୧୨: ଆଉ ନାହାନ୍ତି ଦେଶର ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଛି ଦେଶ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଶନିବାର ସମ୍ପର୍ଣ୍ଣ ହେବ ଶେଷକୃତ୍ୟ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ସହ ସରକାରୀ କାର୍ଯ୍ୟାଳୟରେ ଅର୍ଦ୍ଧନିମିତ ହୋଇ ରହିଛି ଜାତୀୟ ପତାକା । 

ଆମେରିକାର ରହୁଥିବା ମନମୋହନ ସିଂହଙ୍କ ଝିଅ ଭାରତ ଆସିବା ପରେ ଶନିବାର ଶେଷକୃତ୍ୟ ହେବ । ଏହାପରେ ରାଜଘାଟରେ ମନମୋହନ ସିଂହଙ୍କର ହେବ ଅନ୍ତିମ ସଂସ୍କାର । ଏବେ ପ୍ରଶ୍ନ ଆସୁଛି ରାଜଘାଟରେ କେମିତି ହୋଇଥାଏ କାହାର ଅନ୍ତିମ ସଂସ୍କାର ? କେଉଁ ପ୍ରୋଟକଲ୍‌ରେ କରାଯାଏ ଏପରି କରାଯାଇଥାଏ ?

ବାସ୍ତବରେ ରାଜଘାଟରେ ଶେଷକୃତ୍ୟ ପାଇଁ ରହିଛି ଅନେକ ନିୟମ । ସାଧାରଣତଃ  ଏଠାରେ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସ୍ୱତନ୍ତ୍ର ବ୍ୟକ୍ତି ଅନ୍ତିମ ସଂସ୍କାର କରାଯାଏ । ରାଜଘାଟରେ ଅନ୍ତିମ ସଂସ୍କାର ସ୍ୱତନ୍ତ୍ର ସୁରକ୍ଷା ପ୍ରୋଟୋକଲ ସହିତ ପୁରା ରାଜକୀୟ ସମ୍ମାନରେ ପାଳନ କରାଯାଏ ।  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ସମୟରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି । ଏହାବ୍ୟତୀତ ସେନା ବ୍ୟାଣ୍ଡ ଏବଂ ସଶସ୍ତ୍ର ବାହିନୀର ଯବାନମାନେ ଅନ୍ତିମ ସଂସ୍କାରରେ ଶାମିଲ ହୋଇଥାନ୍ତି । 

ଏବେ ପ୍ରଶ୍ନ ଆସୁଛି ରାଜଘାଟରେ କାହାର ଅନ୍ତିମ ସଂସ୍କାର କରାଯାଏ ? ରାଜଘାଟରେ ରହିଛି ମହାତ୍ମା ଗାନ୍ଧୀଙ୍କ ସମାଧି । ଏଠାରେ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀଙ୍କ ସମେତ ବହୁ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ ରାଜଘାଟରେ ହୋଇଛି । ଏପରି ବ୍ୟକ୍ତିଙ୍କ ପାଇଁ ରାଜଘାଟରେ ସ୍ବତନ୍ତ୍ର ସମାଧିସ୍ଥଳ ମଧ୍ୟ ତିଆରି କରାଯାଇଥାଏ ।