ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା

ଭୁବନେଶ୍ୱର: ନିର୍ବାଚନ ବେଳେ ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା। ଆସନ୍ତା ନିର୍ବାଚନକୁ ଆଖି ଆଗରେ ଏସ୍ଏସଟି ୨... The post ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା appeared first on .

ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା

ଭୁବନେଶ୍ୱର: ନିର୍ବାଚନ ବେଳେ ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା। ଆସନ୍ତା ନିର୍ବାଚନକୁ ଆଖି ଆଗରେ ଏସ୍ଏସଟି ୨ ଟିମ୍ ଓ ପୋଲିସ ପାର୍ଟି ମିଳିତ ଭାବେ ନନ୍ଦନକାନନ-ବାରଙ୍ଗ ରାସ୍ତାର ଆଶୀର୍ବାଦ ଗାର୍ଡେନ ନିକଟରେ ଯାଞ୍ଚ ଅଭିଯାନ ଚାଲିଥିଲା। ଏହି ସମୟରେ ଏକ କଳା ରଙ୍ଗର ଚାରିଚକିଆ ଯାନକୁ ଅଟକାଇଥିଲେ।

ଯାଞ୍ଚ ସମୟରେ ଉକ୍ତ ଗାଡ଼ି ମଧ୍ୟରୁ ମୋଟ ୨ ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଥିଲା। ପଚରାଉଚରା ବେଳେ ସଂପୃକ୍ତ ଗାଡ଼ିର ମାଲିକ ତଥା ଡ଼୍ରାଇଭର ମନୋଜ କୁମାର ଅଗ୍ରୱାଲ ଟଙ୍କା ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ। ଫଳରେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରାଯାଇଥିଲା। ଏହାସହିତ ଟଙ୍କା ଫେରସ୍ତ ପାଇବା ପାଇଁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ତାଙ୍କୁ ଅନୁମତି ପତ୍ର ଆଣିବାକୁ ହେବ ବୋଲି ସୂଚିତ କରାଯାଇଥିଲା।

The post ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା appeared first on .