ରାଜଧାନୀରେ ଚାଞ୍ଚଲ୍ୟ: ମର୍ନିଂ ଓ୍ବାର୍କରେ ଯାଇଥିଲା ପୁଅ, ମା’-ବାପାଙ୍କ ସହ ଝିଅଙ୍କ ଗଳା କାଟିଦେଲେ…

ନୂଆଦିଲ୍ଲୀ,୪।୧୨: ରାଜଧାନୀ ଦିଲ୍ଲୀରେ ବୁଧବାର ଟ୍ରିପଲ୍‌ ମର୍ଡରକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଦକ୍ଷିଣ ଦିଲ୍ଲୀର ନେବ ସରାୟର ଦେବଲିରେ ସ୍ବାମୀ-ସ୍ତ୍ରୀ ଏବଂ ଝିଅଙ୍କୁ ଛୁରି ଭୂସି ହତ୍ୟା କରାଯାଇଛି। ଘଟଣା ସମୟରେ ପୁଅ ମର୍ନିଂ ଓ୍ବାର୍କରେ ଯାଇଥିଲେ। ସେ ଫେରି ଆସିବା ପରେ ଯାହା ଦେଖିଥିଲେ ତାଙ୍କ ହୋସ୍‌ ଉଡିଯାଇଥିଲା। ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅଙ୍କୁ ପଚରାଉଚରା କରୁଛି। ଆଖପାଖର ସିସିଟିଭି ଜରିଆରେ ଛାନଭିନ୍‌ କରାଯାଉଛି। ସୂଚନାନୁଯାୟୀ, ଆକ୍ରମଣକାରୀ ସ୍ବାମୀ ରାଜେଶ(୫୫), ସ୍ତ୍ରୀ […] The post ରାଜଧାନୀରେ ଚାଞ୍ଚଲ୍ୟ: ମର୍ନିଂ ଓ୍ବାର୍କରେ ଯାଇଥିଲା ପୁଅ, ମା’-ବାପାଙ୍କ ସହ ଝିଅଙ୍କ ଗଳା କାଟିଦେଲେ… appeared first on Dharitri Odia News.

ରାଜଧାନୀରେ ଚାଞ୍ଚଲ୍ୟ: ମର୍ନିଂ ଓ୍ବାର୍କରେ ଯାଇଥିଲା ପୁଅ, ମା’-ବାପାଙ୍କ ସହ ଝିଅଙ୍କ ଗଳା କାଟିଦେଲେ…

ନୂଆଦିଲ୍ଲୀ,୪।୧୨: ରାଜଧାନୀ ଦିଲ୍ଲୀରେ ବୁଧବାର ଟ୍ରିପଲ୍‌ ମର୍ଡରକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଦକ୍ଷିଣ ଦିଲ୍ଲୀର ନେବ ସରାୟର ଦେବଲିରେ ସ୍ବାମୀ-ସ୍ତ୍ରୀ ଏବଂ ଝିଅଙ୍କୁ ଛୁରି ଭୂସି ହତ୍ୟା କରାଯାଇଛି। ଘଟଣା ସମୟରେ ପୁଅ ମର୍ନିଂ ଓ୍ବାର୍କରେ ଯାଇଥିଲେ। ସେ ଫେରି ଆସିବା ପରେ ଯାହା ଦେଖିଥିଲେ ତାଙ୍କ ହୋସ୍‌ ଉଡିଯାଇଥିଲା। ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅଙ୍କୁ ପଚରାଉଚରା କରୁଛି। ଆଖପାଖର ସିସିଟିଭି ଜରିଆରେ ଛାନଭିନ୍‌ କରାଯାଉଛି।

ସୂଚନାନୁଯାୟୀ, ଆକ୍ରମଣକାରୀ ସ୍ବାମୀ ରାଜେଶ(୫୫), ସ୍ତ୍ରୀ କୋମଲ୍‌(୪୭) ଏବଂ ଝିଅ କବିତା(୨୩)ଙ୍କ ହତ୍ୟା କରିଛନ୍ତି। ପୁଅ ସକାଳେ ମର୍ନିଂ ଓ୍ବାର୍କରେ ଯାଇଥିଲେ। ସେ ଫେରିବା ପରେ ସମସ୍ତଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସକୁ ହତ୍ୟାକାଣ୍ଡ ନେଇ ଖବର ଦିଆଯାଇଥିଲା।

ରାଜେଶ ଶର୍ମା ସେନାର ଅବସରପ୍ରାପ୍ତ କର୍ମଚାରୀ। ଡିସେମ୍ବର ୪ରେ ସେ ବିବାହ ବାର୍ଷିକୀ ପାଳିଥିଲେ। ପୋଲିସର କହିବାନୁଯାୟୀ ପୁଅ ଯେତେବେଳେ ୭ଟାରେ ଘରକୁ ଫେରିଥିଲେ ସେତେବେଳକୁ ତାଙ୍କୁ ହତ୍ୟା ହୋଇଯାଇଥିଲା। ସେ ଘରେ ୩ ଜଣଙ୍କୁ ମରି ପଡ଼ିଥିବାର ଦେଖି ଚିତ୍କାର କରି ଉଠିଥିଲେ। ପଡୋଶୀମାନେ ସେଠାରେ ପହଞ୍ଚିଥିଲେ। ପୋଲିସକୁ ଖବର ଦିଆଯାଇଥିଲା।

The post ରାଜଧାନୀରେ ଚାଞ୍ଚଲ୍ୟ: ମର୍ନିଂ ଓ୍ବାର୍କରେ ଯାଇଥିଲା ପୁଅ, ମା’-ବାପାଙ୍କ ସହ ଝିଅଙ୍କ ଗଳା କାଟିଦେଲେ… appeared first on Dharitri Odia News.