ରାଜଧାନୀରେ ନାଇଟ୍ ଚେକିଂ, ମାସକରେ ୬୪୩ ଦାମୀ ଗାଡି ସିଜ୍
ଭୁବନେଶ୍ୱର ୩୧।୦୩ : ରାଜଧାନୀରେ ଜାରି ରହିଛି ନାଇଟ୍ ଚେକିଂ। ପୋଲିସ୍ ଓ ଟ୍ରାଫିକ ମିଳିତ ଭାବେ ଚାଲିଛି ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ। ୨୩ଟି ଥାନାର ସମ୍ବେଦନଶୀଳ ସ୍ଥାନରେ ଲାଗିଲା ନାକା । ମାସକରେ ସିଜ୍ ହୋଇଛି ୬୪୩ ଟି ଦାମୀ ଗାଡ଼ି।ଖବର ଅନୁଯାୟୀ, ରାତି ୧୧ଟାରୁ ଭୋର୍ ସମୟ ପର୍ଯ୍ୟନ୍ତ ରାଜଧାନୀରେ କମିଶନରେଟ୍ ପୁଲିସର ୬ଟି ଜୋନର ୨୩ଟି ସ୍ଥାନରେ ଚାଲିଛି ମାରାଥନ୍ ଏବଂ ଜୋରଦାର ବ୍ଲକିଂ-ଚେକିଂ। ବିଶେଷ କରି ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ଖଣ୍ଡଗିରି, ନୟାପଲ୍ଲୀ, ଲକ୍ଷ୍ମିସାଗର ଥାନା ଅଞ୍ଚଳରେ କମିଶନରେଟ ପୋଲିସ୍ କରିଛି ନାକା । ଭୋର୍ ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂରେ ଟୁଇନ୍ ସିଟି ଆଡ଼ିସନାଲ୍ କମିଶନର, ଭୁବନେଶ୍ୱର ଡିସିପି , ଟ୍ରାଫିକ ଡିସିପି, ଏସିପି ସମେତ ୨୩ ଜଣ ଥାନା ଅଧିକାରୀ ତଦାରଖ କରିଥିଲେ। ସେହିପରି ମାସକ ମଧ୍ୟରେ ଚାଲିଥିବା ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂରେ ୬୪୩ଟି ଦାମୀ ଗାଡ଼ି ସିଜ୍ ସହ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି। ବିଶେଷ କରି ଚୋରା ଗାଡ଼ି, ନିଶା ଦ୍ରବ୍ୟ କାରବାର ସହ ଅପରଧିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ପଦକ୍ଷେପ ନିଆ ଯାଇଥିବା ବେଳେ ଆଗକୁ ଏହି ଦୃଢ଼ ପଦକ୍ଷେପ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
ଭୁବନେଶ୍ୱର ୩୧।୦୩ : ରାଜଧାନୀରେ ଜାରି ରହିଛି ନାଇଟ୍ ଚେକିଂ। ପୋଲିସ୍ ଓ ଟ୍ରାଫିକ ମିଳିତ ଭାବେ ଚାଲିଛି ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ। ୨୩ଟି ଥାନାର ସମ୍ବେଦନଶୀଳ ସ୍ଥାନରେ ଲାଗିଲା ନାକା । ମାସକରେ ସିଜ୍ ହୋଇଛି ୬୪୩ ଟି ଦାମୀ ଗାଡ଼ି।
ଖବର ଅନୁଯାୟୀ, ରାତି ୧୧ଟାରୁ ଭୋର୍ ସମୟ ପର୍ଯ୍ୟନ୍ତ ରାଜଧାନୀରେ କମିଶନରେଟ୍ ପୁଲିସର ୬ଟି ଜୋନର ୨୩ଟି ସ୍ଥାନରେ ଚାଲିଛି ମାରାଥନ୍ ଏବଂ ଜୋରଦାର ବ୍ଲକିଂ-ଚେକିଂ। ବିଶେଷ କରି ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ଖଣ୍ଡଗିରି, ନୟାପଲ୍ଲୀ, ଲକ୍ଷ୍ମିସାଗର ଥାନା ଅଞ୍ଚଳରେ କମିଶନରେଟ ପୋଲିସ୍ କରିଛି ନାକା । ଭୋର୍ ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂରେ ଟୁଇନ୍ ସିଟି ଆଡ଼ିସନାଲ୍ କମିଶନର, ଭୁବନେଶ୍ୱର ଡିସିପି , ଟ୍ରାଫିକ ଡିସିପି, ଏସିପି ସମେତ ୨୩ ଜଣ ଥାନା ଅଧିକାରୀ ତଦାରଖ କରିଥିଲେ।
ସେହିପରି ମାସକ ମଧ୍ୟରେ ଚାଲିଥିବା ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂରେ ୬୪୩ଟି ଦାମୀ ଗାଡ଼ି ସିଜ୍ ସହ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି। ବିଶେଷ କରି ଚୋରା ଗାଡ଼ି, ନିଶା ଦ୍ରବ୍ୟ କାରବାର ସହ ଅପରଧିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ପଦକ୍ଷେପ ନିଆ ଯାଇଥିବା ବେଳେ ଆଗକୁ ଏହି ଦୃଢ଼ ପଦକ୍ଷେପ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।