ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର, ବାଇକ୍‌ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୭।୦୫ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର। ବାଇକରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ଖଣ୍ଡା ଚୋଟରେ ଭାଙ୍ଗିଲେ ଜଣେ ବ୍ୟବସାୟୀଙ୍କ କାର୍‌ । ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ବଡଗଡ ଥାନା ପାଣ୍ଡରା ଛକ ନିକଟ ମାଆ ତାରିଣୀ ସାନିଟାରୀ ଓ ହାର୍ଡୱାର ଦୋକାନ ସମ୍ମୁଖକୁ ଆସିଥିଲେ । ଦ୍ରୁତ ଗତିରେ ଆସି ଦୋକାନ ସାମ୍ନାରେ ଥିବା କାର୍‌ର ପଛ କାଚକୁ ଖଣ୍ଡା ଚୋଟରେ ଭାଙ୍ଗି ଫେରାର ହୋଇଥିଲେ । ଯାହାଫଳରେ ଗାଡ଼ିଟିର ଆଲାରାମ୍ ବାଜିଥିଲା। ଏହାର ଶବ୍ଦ ଶୁଣି ଦୋକାନ ଭିତରୁ ୨ ଜଣ ଯୁବକ ଆସି ଦେଖିଲା ବେଳକୁ ଗାଡ଼ିଟିର ପଛ କାଚ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣା ପରେ ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ଅପରାଧୀଙ୍କ ଟେର୍‌ ପାଇନି ପୋଲିସ। 

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର, ବାଇକ୍‌ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୭।୦୫ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର। ବାଇକରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ଖଣ୍ଡା ଚୋଟରେ ଭାଙ୍ଗିଲେ ଜଣେ ବ୍ୟବସାୟୀଙ୍କ କାର୍‌ । ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ବଡଗଡ ଥାନା ପାଣ୍ଡରା ଛକ ନିକଟ ମାଆ ତାରିଣୀ ସାନିଟାରୀ ଓ ହାର୍ଡୱାର ଦୋକାନ ସମ୍ମୁଖକୁ ଆସିଥିଲେ । ଦ୍ରୁତ ଗତିରେ ଆସି ଦୋକାନ ସାମ୍ନାରେ ଥିବା କାର୍‌ର ପଛ କାଚକୁ ଖଣ୍ଡା ଚୋଟରେ ଭାଙ୍ଗି ଫେରାର ହୋଇଥିଲେ । ଯାହାଫଳରେ ଗାଡ଼ିଟିର ଆଲାରାମ୍ ବାଜିଥିଲା। ଏହାର ଶବ୍ଦ ଶୁଣି ଦୋକାନ ଭିତରୁ ୨ ଜଣ ଯୁବକ ଆସି ଦେଖିଲା ବେଳକୁ ଗାଡ଼ିଟିର ପଛ କାଚ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣା ପରେ ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ଅପରାଧୀଙ୍କ ଟେର୍‌ ପାଇନି ପୋଲିସ।