ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ଦୁଇଟି ବାଇକ୍‌କୁ ଧକ୍କା ଦେଲା କାର୍‌

ଭୁବନେଶ୍ୱର ୧୧।୦୬ : ଭୁବନେଶ୍ୱର ୟୁନିଟ-୮ ଜଳେଶ୍ୱର ମନ୍ଦିର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ୍‌କୁ ଧକ୍କା ଦେଲା ଦୁଇଟି କାର୍‌ । ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ଭୁବନେଶ୍ୱର ୟୁନିଟ-୮ ଜଳେଶ୍ୱର ମନ୍ଦିର ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଏକ କାର୍‌ଟି ଭାରସାମ୍ୟ ହରାଇ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସର ଛାନଭିନ୍‌ ଜାରି ରଖିଛି । ଦୁର୍ଘଟଣାସ୍ଥଳରୁ ଦୁଇଟି ବାଇକ ଓ ଦୁଇଟି କାରକୁ ଜବତ କରି ଥାନାକୁ ନେଇଛି ପୋଲିସ ।   

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ଦୁଇଟି ବାଇକ୍‌କୁ ଧକ୍କା ଦେଲା କାର୍‌

ଭୁବନେଶ୍ୱର ୧୧।୦୬ : ଭୁବନେଶ୍ୱର ୟୁନିଟ-୮ ଜଳେଶ୍ୱର ମନ୍ଦିର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ୍‌କୁ ଧକ୍କା ଦେଲା ଦୁଇଟି କାର୍‌ । ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଭୁବନେଶ୍ୱର ୟୁନିଟ-୮ ଜଳେଶ୍ୱର ମନ୍ଦିର ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଏକ କାର୍‌ଟି ଭାରସାମ୍ୟ ହରାଇ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସର ଛାନଭିନ୍‌ ଜାରି ରଖିଛି । ଦୁର୍ଘଟଣାସ୍ଥଳରୁ ଦୁଇଟି ବାଇକ ଓ ଦୁଇଟି କାରକୁ ଜବତ କରି ଥାନାକୁ ନେଇଛି ପୋଲିସ ।