ରାଜନୀତି ପାଇଁ ନେବେନି ବ୍ରେକ୍‌

ନିକଟ ନିର୍ବାଚନରେ କଙ୍ଗନା ରଣାୱତ ଜଣେ ରାଜନେତ୍ରୀ ଭାବେ ନିଜର ନୂଆ କ୍ୟାରିୟର ଆରମ୍ଭ କରିଛନ୍ତି । ନିର୍ବାଚନରେ ବାଜି ମାରି ସେ ସଂସଦକୁ ସାସଂଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ରାଜନୀତିର କୌଣସି ପ୍ରଭାବ ତାଙ୍କର ଅଭିନୟ ଉପରେ ପଡିବ ନାହିଁ ବୋଲି କଙ୍ଗନା ମତ ଦେଇଛନ୍ତି । ସେ ଉଭୟ କାମକୁ ସୂଚାରୁ ରୂପେ କରିବାକୁ ଶତଚେଷ୍ଟା କରିବେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତାଙ୍କୁ ତାଙ୍କର କୌଣସି ଫ୍ୟାନଙ୍କୁ […]

ରାଜନୀତି ପାଇଁ ନେବେନି ବ୍ରେକ୍‌
ରାଜନୀତି ପାଇଁ ନେବେନି ବ୍ରେକ୍‌

ନିକଟ ନିର୍ବାଚନରେ କଙ୍ଗନା ରଣାୱତ ଜଣେ ରାଜନେତ୍ରୀ ଭାବେ ନିଜର ନୂଆ କ୍ୟାରିୟର ଆରମ୍ଭ କରିଛନ୍ତି । ନିର୍ବାଚନରେ ବାଜି ମାରି ସେ ସଂସଦକୁ ସାସଂଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ରାଜନୀତିର କୌଣସି ପ୍ରଭାବ ତାଙ୍କର ଅଭିନୟ ଉପରେ ପଡିବ ନାହିଁ ବୋଲି କଙ୍ଗନା ମତ ଦେଇଛନ୍ତି । ସେ ଉଭୟ କାମକୁ ସୂଚାରୁ ରୂପେ କରିବାକୁ ଶତଚେଷ୍ଟା କରିବେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତାଙ୍କୁ ତାଙ୍କର କୌଣସି ଫ୍ୟାନଙ୍କୁ ନିରାଶ କରିବାର ନାହିଁ । ଖୁବ ଜଲଦି କଙ୍ଗନାଙ୍କର ଏମରଜେନ୍ସି ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବାବେଳେ ଆଗକୁ ମଧ୍ୟ ଆହୁରି ପ୍ରୋଜେକଫ ଆସିବ ବୋଲି ଜଣା ପଡିଛି । କଙ୍ଗନାଙ୍କର ଏଭଳି ନିଷ୍ପତ୍ତି ତାଙ୍କ ଫ୍ୟାନଙ୍କୁ ବେଶ୍‌ ଖୁସି ଦେଇଛି । ତେବେ ଏଥିପାଇଁ କଙ୍ଗନାଙ୍କୁ ଖୁବ ପରିଶ୍ରମ କରିବାକୁ ହେବ । ଜଣେ ଅଭିନେତ୍ରୀ ସହିତ ରାଜନେତ୍ରୀର ଦାୟିତ୍ୱ ତୂଲାଇବା ତାଙ୍କ ପାଇଁ ଚାଲେଞ୍ଜିଂ ରହିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।