ରାଜନୀତିକୁ ଆସି ସାଧାରଣ ଲୋକଙ୍କୁ ଠକିବା ଓ ଚାନ୍ଦା ନେଉଥିବା ଲୋକଙ୍କୁ ଚିହ୍ନି ରଖନ୍ତୁ : କାର୍ତ୍ତିକ ପାଣ୍ଡିଆନ
ଗଜପତି/ଚିକିଟି : ଆଜି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ଚିକିଟିରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିବାକୁ ଲୋକଙ୍କୁ କହିଛନ୍ତି। ଏଥି ସହିତ ଜନସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି କିଏ ସେବା ପାଇଁ ରାଜନୀତି କରୁଛନ୍ତି, ଆଉ କିଏ ରାଜନୀତିକୁ ଆସି ସାଧାରଣ ଲୋକଙ୍କୁ […]

ଗଜପତି/ଚିକିଟି : ଆଜି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ଚିକିଟିରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିବାକୁ ଲୋକଙ୍କୁ କହିଛନ୍ତି।
ଏଥି ସହିତ ଜନସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି କିଏ ସେବା ପାଇଁ ରାଜନୀତି କରୁଛନ୍ତି, ଆଉ କିଏ ରାଜନୀତିକୁ ଆସି ସାଧାରଣ ଲୋକଙ୍କୁ ଠକିବା ସହ ଚାନ୍ଦା ନେଉଛନ୍ତି। ଆପଣମାନେ ସେମାନଙ୍କୁ ଚିହ୍ନି ରଖନ୍ତୁ। ଲୋକଙ୍କୁ ଠକୁଥିବା ନେତା ଜେଲ ଯିବା ଦରକାର । ସେମାନେ ଜେଲରୁ ବେଲ୍ରେ ଆସିଛନ୍ତି, ପୁଣି ଜେଲ ଯିବେ। ବ୍ରହ୍ମପୁରର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ମୋହନାରେ ବିଜେଡି ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଚିକିଟିର ବିଧାୟକ ପ୍ରାର୍ଥୀ ଶ୍ରୀରୁପ ଦେବଙ୍କର ଜେଲ ଯିବାର ଅଭ୍ୟାସ ନାହିଁ। ଏମାନେ ମନ୍ଦିର, ମସଜିଦ କିମ୍ବା ଚର୍ଚ୍ଚ ଯାଆନ୍ତି। ଏଣୁ ଆପଣମାନେ ଲୋକଙ୍କୁ ଚିହ୍ନନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
ଏଥି ସହିତ ଲୋକଙ୍କୁ ଠକିଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ମୋହନା ଓ ଚିକିଟିରୁ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାରର ଲେଖାଏଁ ଭୋଟରେ ଲିଡ ଦେବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ମୋହନା ଓ ଚିକିଟିବାସୀଙ୍କ ଅନୁରୋଧ ଉପରେ ମୁଖ୍ୟମନ୍ତ୍ରୀକି ନିଷ୍ପତ୍ତି ନେଇଛନ୍ତି ତାର ହିସାବ ଦେବା ପରେ ଆଜି ମିଳିଥିବା ଦାବି ଉପରେ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ନିର୍ବାଚନ ପରେ ପୁଣି ଥରେ ହିସାବ ଦେବାକୁ ଆସିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।
ଜନସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ ମାଆମାନଙ୍କୁ ସବୁବେଳେ ଗୁରୁତ୍ବ ଦିଅନ୍ତି ମୁଖ୍ୟମନ୍ତ୍ରୀ । ଡବଲ ଇଞ୍ଜିନବାଲା ୩୦୦ ଟଙ୍କା ଭତ୍ତା ଦେଉଛନ୍ତି କିନ୍ତୁ ଓଡ଼ିଶାରେ ନବୀନ ଇଞ୍ଜିନ୍ ମାସକୁ ୧ ହଜାର ଭତ୍ତା ଦେଉଛନ୍ତି। ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୂନ। ନବୀନବାବୁ ଯାହା କୁହନ୍ତି ତାହା କରନ୍ତି। ଏଣୁ ଆପଣମାନେ ସେବା ମନୋବୃତି ନେଇ ଆସୁଥିବା ନେତାଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ଜିତାନ୍ତୁ। ଆମେ ସମସ୍ତେ ମିଶି ଭଲ କାମ କରିବା, ଓଡିଶାକୁ ଆଗେଇ ନେବା ।
ମୋହନରେ ଥିବା ଶହେରୁ ଅଧିକ ଚର୍ଚ୍ଚ ଓ ମନ୍ଦିର ମସଜିଦର ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୋହନାରେ ୪ଟି ଆଦିବାସୀ ହଷ୍ଟେଲ, ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପାଇଁ ୯ଟି କମ୍ୟୁନିଟି ସେଣ୍ଟର ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟରକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ମୋହନାରେ ସର୍ବାଧିକ ସେତୁ ନିର୍ମାଣ ହେଉଛି। ମହେନ୍ଦ୍ରତନୟା ନଦୀ ଉପରେ ସେତୁ ପାଇଁ ୧୯ କୋଟି ଟଙ୍କା, ଜମ୍ବଳା ନଦୀ ଉପରେ ସେତୁ ପାଇଁ ୫ କୋଟି ଟଙ୍କା, ରୁଇସିଂ ନାଳ ଉପରେ ସେତୁ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୋହନାକୁ ଏନଏସି ଘୋଷଣା ସହ ବିଭିନ୍ନ ସ୍ଥାନରେ ହାଇସ୍କୁଲ ନିର୍ମାଣ ଏବଂ ଆର.ଉଦୟଗିରିରେ ଯୁକ୍ତ ତିନି କଲେଜ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧିନ। ନିର୍ବାଚନ ସରିଲେ ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
ସେହିପରି ଚିକିଟିର ମା ବାଳକୁମାରୀ ମନ୍ଦିର, ପାତ୍ରପୁର ଚଞ୍ଚେଡ଼ା ପୀଠର ଉନ୍ନତୀକରଣ କରାଯାଇଛି। ରାମୟା ପାଟଣା ୫୦ଲକ୍ଷର ଗ୍ରାଡ୍ ୱାଲ ନିର୍ମାଣ ହୋଇଛି। ୪୫୦କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ହୋଇଛି। ଗତ ଫେବୃଆରୀ ୨୨ରେ ଚିକିଟି ଆସିଥିଲି। ଯାହା ସବୁ ଅଭିଯୋଗ ଆସିଥିଲା ତାହାର ସମାଧାନ ହୋଇଛି। ଏବେ ଯାହା ସମସ୍ୟା ସବୁ ଲୋକ ସାମ୍ନାକୁ ଆଣୁଛନ୍ତି ତାହା ନିର୍ବାଚନ ପରେ ସମାଧାନ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଏଥି ସହିତ ଚିକିଟିର ବିଧାୟିକା ଉଷା ଦେବୀଙ୍କୁ ମା ବୋଲି ସମ୍ଭୋଧନ କରି ପାଣ୍ଡିଆନ କହିଛନ୍ତି ଓଡ଼ିଶାରେ ପ୍ରଥମ ଥର ଜଣେ ମାଆ କହିଥିଲେ ପୁଅ ହବ ବୋଲି, ପନ୍ଧର ବର୍ଷ ହେଲା ସେ ମୋତେ ପୁଅ କରିଛନ୍ତି।