ରାଜନୀତିରେ କଳାଧନ ଶେଷ କରିବାକୁ ଲଗାଯାଇଥିଲା ଇଲେକ୍ଟୋରାଲ ବଣ୍ଡ: ଶାହା
ନୂଆଦିଲ୍ଲୀ,୧୬।୩: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ ବଣ୍ଡ ବା ଇଲେକ୍ଟରାଲ ପ୍ରସଙ୍ଗ ହେଡଲାଇନରେ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ନିର୍ବାଚନ ବଣ୍ଡ ବା ଇଲେକ୍ଟୋରାଲ ଆରମ୍ଭ କରିବାର କାରଣ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ କଳା ଟଙ୍କା ହଟାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି ଏବଂ ଏହାକୁ ବାତିଲ କରିବା ପରିବର୍ତ୍ତେ ଏହାର ସଂସ୍କାର କରାଯିବା ଉଚିତ। ଶାହା ଶୁକ୍ରବାର ‘ଇଣ୍ଡିଆ […] The post ରାଜନୀତିରେ କଳାଧନ ଶେଷ କରିବାକୁ ଲଗାଯାଇଥିଲା ଇଲେକ୍ଟୋରାଲ ବଣ୍ଡ: ଶାହା appeared first on Dharitri Odia News.
ନୂଆଦିଲ୍ଲୀ,୧୬।୩: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ ବଣ୍ଡ ବା ଇଲେକ୍ଟରାଲ ପ୍ରସଙ୍ଗ ହେଡଲାଇନରେ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ନିର୍ବାଚନ ବଣ୍ଡ ବା ଇଲେକ୍ଟୋରାଲ ଆରମ୍ଭ କରିବାର କାରଣ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ କଳା ଟଙ୍କା ହଟାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି ଏବଂ ଏହାକୁ ବାତିଲ କରିବା ପରିବର୍ତ୍ତେ ଏହାର ସଂସ୍କାର କରାଯିବା ଉଚିତ। ଶାହା ଶୁକ୍ରବାର ‘ଇଣ୍ଡିଆ ଟୁଡେ କନକ୍ଲେଭ’ରେ ଏହା କହିଛନ୍ତି।
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଭାରତୀୟ ରାଜନୀତିରେ କଳା ଅର୍ଥର ପ୍ରଭାବକୁ ଦୂର କରିବା ପାଇଁ ନିର୍ବାଚନ ବଣ୍ଡ ପ୍ରଚଳନ କରାଯାଇଥିଲା। ସମସ୍ତଙ୍କୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ। ମୁଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣରୂପେ ସମ୍ମାନ କରେ, କିନ୍ତୁ ମୁଁ ଅନୁଭବ କରୁଛି ଯେ ନିର୍ବାଚନ ବଣ୍ଡକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିବା ପରିବର୍ତ୍ତେ ଏହାର ସଂସ୍କାର ହେବା ଉଚିତ୍।
ଭାଜପାର ବରିଷ୍ଠ ଏମପି ମଧ୍ୟ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀ ଦଳର ନେତାମାନେ ନଗଦ ଅର୍ଥରେ ରାଜନୈତିକ ଦାନ ନେଉଥିଲେ। ୧୧୦୦ ଟଙ୍କା ଦାନ ମଧ୍ୟରୁ ସେ ପାର୍ଟି ନାମରେ ୧୦୦ ଟଙ୍କା ଜମା କରି ପକେଟରେ ୧୦୦୦ ଟଙ୍କା ରଖିଥିଲେ। ସେ କହିଛନ୍ତି, କଂଗ୍ରେସ ଦଳ ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥା ଚଳାଇଛି।
The post ରାଜନୀତିରେ କଳାଧନ ଶେଷ କରିବାକୁ ଲଗାଯାଇଥିଲା ଇଲେକ୍ଟୋରାଲ ବଣ୍ଡ: ଶାହା appeared first on Dharitri Odia News.