ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି, ଦଳ ଘୋଷଣା କରିବା ପରେ ଏବେ ଦଳର ପତାକା କଲେ ଉନ୍ମୋଚନ

ନୂଆଦିଲ୍ଲୀ,୨୨।୮: ତାମିଲ ମେଗାଷ୍ଟାର ବିଜୟ ଥାଲାପଥି ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରିକାଝାଗାମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗୁରୁବାର ସେ ଏହାକୁ ଆହୁରି ଆଗକୁ ନେଇଛନ୍ତି ଏବଂ ଚେନ୍ନାଇର ପାୟାନୁରସ୍ଥିତ ପାର୍ଟି ମୁଖ୍ୟାଳୟରେ ଏକ ବିଶାଳ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଦଳ ପତାକା ଏବଂ ଚିହ୍ନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଦଳର ସଂଗୀତ ମଧ୍ୟ ଉନ୍ମୋଚନ କରିଛନ୍ତି। ଏମ. ଜି ରାମଚନ୍ଦ୍ରନଙ୍କ […] The post ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି, ଦଳ ଘୋଷଣା କରିବା ପରେ ଏବେ ଦଳର ପତାକା କଲେ ଉନ୍ମୋଚନ appeared first on Dharitri Odia News.

ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି, ଦଳ ଘୋଷଣା କରିବା ପରେ ଏବେ ଦଳର ପତାକା କଲେ ଉନ୍ମୋଚନ

ନୂଆଦିଲ୍ଲୀ,୨୨।୮: ତାମିଲ ମେଗାଷ୍ଟାର ବିଜୟ ଥାଲାପଥି ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରିକାଝାଗାମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗୁରୁବାର ସେ ଏହାକୁ ଆହୁରି ଆଗକୁ ନେଇଛନ୍ତି ଏବଂ ଚେନ୍ନାଇର ପାୟାନୁରସ୍ଥିତ ପାର୍ଟି ମୁଖ୍ୟାଳୟରେ ଏକ ବିଶାଳ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଦଳ ପତାକା ଏବଂ ଚିହ୍ନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଦଳର ସଂଗୀତ ମଧ୍ୟ ଉନ୍ମୋଚନ କରିଛନ୍ତି।

ଏମ. ଜି ରାମଚନ୍ଦ୍ରନଙ୍କ ଠାରୁ ଜୟଲଳିତା ଏବଂ ଶିବାଜୀ ଗଣେଶଙ୍କ ଠାରୁ ରଜନୀକାନ୍ତ, କମଲ ହାସନ ଏବଂ ବିଜୟକାନ୍ତ ପର୍ଯ୍ୟନ୍ତ ଅନେକ ଭେଟେରାନ ଅଭିନେତା ରୂପା ପରଦାରୁ ରାଜନୈତିକ ମଞ୍ଚକୁ ଯାଇଛନ୍ତି। ବର୍ତ୍ତମାନ ଥାଲାପଥି ବିଜୟଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି।

ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବିଜୟ ଅନ୍ୟତମ ସଫଳ ଅଭିନେତା। ବିଶେଷ କରି ଯୁବକ ଏବଂ ମହିଳାମାନଙ୍କ ମଧ୍ୟରେ ସେ ବହୁତ ଲୋକପ୍ରିୟ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଜୟ ଏହି ସମାବେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି , ଦଳ ଖୁବ ଶୀଘ୍ର ଏକ ମେଗା ସମ୍ମିଳନୀ ଆୟୋଜନ କରିବ, ଯେଉଁଠାରେ ସେମାନେ ଟିଭିକେର ନୀତି ଏବଂ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରିବେ।

The post ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି, ଦଳ ଘୋଷଣା କରିବା ପରେ ଏବେ ଦଳର ପତାକା କଲେ ଉନ୍ମୋଚନ appeared first on Dharitri Odia News.