ରାଜପଥରେ ଗଡିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼, ଚିଠିରେ ନାଁ ନଥିବା ଯୋଗୁଁ ଦ୍ୱନ୍ଦ୍ୱ
ଭୁବନେଶ୍ୱର୦୩/୦୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଭଳିକି ଭଳି ପ୍ରଜ୍ଞାପନ ମେଢ଼ ଗଡିଥାଏ। କେନ୍ଦ୍ରର ବିଭିନ୍ନ ସଂସ୍ଥା ଓ ରାଜ୍ୟମାନଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି କରି ପ୍ରଦର୍ଶିତ କରାଯାଇଥାଏ। କିନ୍ତୁ ବିଡମ୍ବନାର ବିଷୟ ଏଥର ଦିଲ୍ଳୀରେ ଦେଖିବାକୁ ମିଳିବନି ଓଡିଶାର ପ୍ରଜ୍ଞାପନ ମେଢ଼। ରାଜ୍ୟରେ ବିଜେପି ସରକାର, କେନ୍ଦ୍ରରେ ବିଜେପି ସରକାର। କିନ୍ତୁ ଡବଲଇଞ୍ଜିନ ସରକାର ସତ୍ବେ ବି ଏଥର ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦେଖିବାକୁ ମିଳିବନି ଓଡ଼ିଶାର ମହାନ କଳା ଓ ସଂସ୍କୃତିର ଝଲକ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ଏକ ଚିଠି ଆସିଛି । ଯେଉଁଥିରେ କର୍ତ୍ତବ୍ୟପଥରେ ଗଡିବା ପାଇଁ ଚୂଡାନ୍ତ ହୋଇଥିବ ତାଲିକାରେ ଓଡ଼ିଶାର ନାଁ ନାହିଁ। ଅର୍ଥାତ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରି ଦେଇଛି କେନ୍ଦ୍ର। ତେବେ ଏଥର ଓଡ଼ିଶା ପକ୍ଷରୁ ଶାଢ଼ୀ ହସ୍ତଶିଳ୍ପର ମଡେଲ ପ୍ରଦାନ କରାଯାଇଥିଲା। ମାଣିଆବନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ପାରମ୍ପରିକ ଶାଢ଼ୀକୁ ଏଥିରେ ସ୍ଥାନିତ କରାଯାଇଥିଲା। ହେଲେ ଏଥର କର୍ତ୍ତବ୍ୟପଥରେ ପ୍ରଦର୍ଶନ ପାଇଁ ସ୍ଥାନ ମିଳି ନାହିଁ। ଚଳିତ ବର୍ଷ ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ଜାନୁଆରୀ ୨୬ ପରେଡରେ ସାମିଲ ହେବ। ସେହି ୧୫ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। ଏଥିସହ ୧୧ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟର ମ
ଭୁବନେଶ୍ୱର୦୩/୦୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଭଳିକି ଭଳି ପ୍ରଜ୍ଞାପନ ମେଢ଼ ଗଡିଥାଏ। କେନ୍ଦ୍ରର ବିଭିନ୍ନ ସଂସ୍ଥା ଓ ରାଜ୍ୟମାନଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି କରି ପ୍ରଦର୍ଶିତ କରାଯାଇଥାଏ। କିନ୍ତୁ ବିଡମ୍ବନାର ବିଷୟ ଏଥର ଦିଲ୍ଳୀରେ ଦେଖିବାକୁ ମିଳିବନି ଓଡିଶାର ପ୍ରଜ୍ଞାପନ ମେଢ଼।
ରାଜ୍ୟରେ ବିଜେପି ସରକାର, କେନ୍ଦ୍ରରେ ବିଜେପି ସରକାର। କିନ୍ତୁ ଡବଲଇଞ୍ଜିନ ସରକାର ସତ୍ବେ ବି ଏଥର ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦେଖିବାକୁ ମିଳିବନି ଓଡ଼ିଶାର ମହାନ କଳା ଓ ସଂସ୍କୃତିର ଝଲକ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ଏକ ଚିଠି ଆସିଛି । ଯେଉଁଥିରେ କର୍ତ୍ତବ୍ୟପଥରେ ଗଡିବା ପାଇଁ ଚୂଡାନ୍ତ ହୋଇଥିବ ତାଲିକାରେ ଓଡ଼ିଶାର ନାଁ ନାହିଁ। ଅର୍ଥାତ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରି ଦେଇଛି କେନ୍ଦ୍ର।
ତେବେ ଏଥର ଓଡ଼ିଶା ପକ୍ଷରୁ ଶାଢ଼ୀ ହସ୍ତଶିଳ୍ପର ମଡେଲ ପ୍ରଦାନ କରାଯାଇଥିଲା। ମାଣିଆବନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ପାରମ୍ପରିକ ଶାଢ଼ୀକୁ ଏଥିରେ ସ୍ଥାନିତ କରାଯାଇଥିଲା। ହେଲେ ଏଥର କର୍ତ୍ତବ୍ୟପଥରେ ପ୍ରଦର୍ଶନ ପାଇଁ ସ୍ଥାନ ମିଳି ନାହିଁ। ଚଳିତ ବର୍ଷ ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ଜାନୁଆରୀ ୨୬ ପରେଡରେ ସାମିଲ ହେବ। ସେହି ୧୫ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। ଏଥିସହ ୧୧ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟର ମଡେଲ ମଧ୍ୟ ପରେଡରେ ସାମିଲ ହେବ। ଡବଲ ସରକାର ଥାଇ ବି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ନପାଇବାକୁ ନେଇ, ପ୍ରଶ୍ନ ଉଠିଛି।
ତେବେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ଭାରତପର୍ବରେ ସାମିଲ ହୋଇପାରେ ବୋଲି କୁହାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ମେଢ଼ ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନି। ପ୍ରଶ୍ନ ଉଠୁଛି, ପୂର୍ବ ବର୍ଷ ପ୍ରଥମ ପୁରସ୍କାର ପାଇଥିବା ଓଡ଼ିଶାର ମେଢ଼ ଏଥର ବାଦ ପଡିଲା କେମିତି? କେଉଁ ଆଧାରରେ କେନ୍ଦ୍ର ସରକାର ଓଡ଼ିଶାକୁ ବାଦ ଦେଲେ?