ବେଙ୍ଗାଲୁରୁ ବ୍ଲାଷ୍ଟର ଅଭିଯୁକ୍ତକୁ ଧରାଇଲେ ମିଳିବ ୧୦ ଲକ୍ଷ ଟଙ୍କା, ଫଟୋ ଜାରି କଲା NIA
ନୂଆଦିଲ୍ଲୀ: ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ IED ରଖିଥିବା ବ୍ୟକ୍ତିକୁ ଧରିବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଏହା କମ ତୀବ୍ରତାର ଆଇଇଡି ବିସ୍ଫୋରଣ ଥିଲା, ଯେଉଁଥିରେ କାଫେରେ ବସିଥିବା ୧୦ ଜଣ ଗୁରୁତର ରୂପେ ଆହତ ହୋଇଥିଲେ । ଏନଆଇଏ ଅଭିଯୁକ୍ତର ଏକ ଫଟୋ ମଧ୍ୟ ପ୍ରସ୍ତୁତ କରିଛି ଏବଂ ପୋଷ୍ଟର ଜାରି କରିଛି । ୱାଣ୍ଟେଡ୍ ପୋଷ୍ଟ ସହ ଏନଆଇଏ ଘୋଷଣା କରିଛି ଯେ ଅଭିଯୁକ୍ତର ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ଏହା ବ୍ୟତୀତ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ । ବେଙ୍ଗାଲୁରୁ କାଫେ ବ୍ଲାଷ୍ଟ ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଗିରଫଦାରୀ ହୋଇ ନାହିଁ । ଏହି ମାମଲାରେ ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ ଏବଂ ଏନଆଇଏ ତଦନ୍ତ କରୁଛନ୍ତି । ମଙ୍ଗଳବାର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏନଆଇଏ ଏହି ମାମଲାର ତଦନ୍ତଭାର ସମ୍ଭାଳିଥିଲା । ଏହା ପୂର୍ବରୁ କର୍ଣ୍ଣାଟକ ସରକାର କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ଦେଇ ନଥିଲା । ଅନ୍ୟପଟେ ଏହି ମାମଲାରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି.ପରମେଶ୍ୱର କହିଛନ୍ତି ଯେ ସହରର ପୋଲିସ ଗୁରୁତ୍ୱର ସହ ତଦନ୍ତ କରୁଛି । ଏହି ମାମଲାର ଶୀଘ୍ର ଖୁଲାସା ହେବ । ବିସ୍ଫୋରଣ ପରଠୁ ରାମେଶ୍ୱରମ କାଫେକୁ ବନ୍ଦ କରାଯାଇଛି । wp:html NIA announces a cash reward of Rs. 10 lakh for information about the bomber in the
ନୂଆଦିଲ୍ଲୀ: ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ IED ରଖିଥିବା ବ୍ୟକ୍ତିକୁ ଧରିବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଏହା କମ ତୀବ୍ରତାର ଆଇଇଡି ବିସ୍ଫୋରଣ ଥିଲା, ଯେଉଁଥିରେ କାଫେରେ ବସିଥିବା ୧୦ ଜଣ ଗୁରୁତର ରୂପେ ଆହତ ହୋଇଥିଲେ । ଏନଆଇଏ ଅଭିଯୁକ୍ତର ଏକ ଫଟୋ ମଧ୍ୟ ପ୍ରସ୍ତୁତ କରିଛି ଏବଂ ପୋଷ୍ଟର ଜାରି କରିଛି । ୱାଣ୍ଟେଡ୍ ପୋଷ୍ଟ ସହ ଏନଆଇଏ ଘୋଷଣା କରିଛି ଯେ ଅଭିଯୁକ୍ତର ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ଏହା ବ୍ୟତୀତ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ।
ବେଙ୍ଗାଲୁରୁ କାଫେ ବ୍ଲାଷ୍ଟ ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଗିରଫଦାରୀ ହୋଇ ନାହିଁ । ଏହି ମାମଲାରେ ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ ଏବଂ ଏନଆଇଏ ତଦନ୍ତ କରୁଛନ୍ତି । ମଙ୍ଗଳବାର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏନଆଇଏ ଏହି ମାମଲାର ତଦନ୍ତଭାର ସମ୍ଭାଳିଥିଲା । ଏହା ପୂର୍ବରୁ କର୍ଣ୍ଣାଟକ ସରକାର କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ଦେଇ ନଥିଲା । ଅନ୍ୟପଟେ ଏହି ମାମଲାରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି.ପରମେଶ୍ୱର କହିଛନ୍ତି ଯେ ସହରର ପୋଲିସ ଗୁରୁତ୍ୱର ସହ ତଦନ୍ତ କରୁଛି । ଏହି ମାମଲାର ଶୀଘ୍ର ଖୁଲାସା ହେବ । ବିସ୍ଫୋରଣ ପରଠୁ ରାମେଶ୍ୱରମ କାଫେକୁ ବନ୍ଦ କରାଯାଇଛି । wp:html
/wp:htmlNIA announces a cash reward of Rs. 10 lakh for information about the bomber in the Rameshwaram Cafe blast case of Bengaluru. Informant's identity will be kept confidential: NIA pic.twitter.com/NY5PPnELKE— ANI (@ANI) March 6, 2024
ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁର ଏହି ଚର୍ଚ୍ଚିତ କାଫେରେ ମାର୍ଚ୍ଚ ୧ ମଧ୍ୟାହ୍ମରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ସମସ୍ତଙ୍କ ଜୀବନ ବର୍ତ୍ତି ଯାଇଥିଲା । ଏହି ମାମଲାର ତଦନ୍ତ ବେଳେ ସିସିଟିଭି ଫୁଟେଜରୁ ଖୁଲାସା ହୋଇଥିଲା ଯେ ବିସ୍ଫୋରଣର ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜଣେ ଯୁବକ କାଫେକୁ ଆସିଥିଲା । ସେ କିଛି ମିନିଟ୍ ରହିବା ପରେ ବ୍ୟାଗ୍ ଛାଡ଼ି ପଳାଇଥିଲା । ଅନୁମାନ କରାଯାଉଛି ଯେ ସେହି ବ୍ୟାଗରେ ଆଇଇଡି ଥିଲା, ଯେଉଁଥିରେ ଟାଇମର୍ ସେଟ୍ କରାଯାଇଥିଲା । ଅଭିଯୁକ୍ତ କ୍ୟାଫେରେ ଗୋଟିଏ ପ୍ଲେଟ୍ ଇଡଲି ଅର୍ଡର କରିଥିଲା, କିନ୍ତୁ ଆସିବା ପୂର୍ବରୁ ସେଠାରୁ ଚାଲି ଯାଇଥିଲା ।
ସିସିଟିଭି ଫୁଟେଜ ଆଧାରେ କେନ୍ଦ୍ରୀୟ ଏଜେନ୍ସି ଗୋଟିଏ ସ୍କେଚ୍ ପ୍ରସ୍ତୁତ କରିଛି ଏବଂ ଏହାର ଫଟୋ ଜାରି କରିଛି । ଅଭିଯୁକ୍ତର ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ଥିବା କୁହାଯାଉଛି । ସିସିଟିଭିରେ ବ୍ୟକ୍ତି ମାସ୍କ ପିନ୍ଧିଥିବା ନଜର ଆସୁଛି । କିନ୍ତୁ ଏନଆଇଏ ଯେଉଁ ଫଟୋ ଜାରି କରି, ସେଥିରେ ତାରା ପୂରା ଚେହେରା ଅଛି ।
Also Read: ରାମେଶ୍ଵରମ୍ କ୍ୟାଫେ ପରେ ଆଉ ଏକ ବ୍ଲାଷ୍ଟ, କର୍ଣ୍ଣାଟକ ସିଏମ୍ଙ୍କୁ ଧମକପୂର୍ଣ୍ଣ ଇମେଲ୍