ରାଜସ୍ଥାନ କୋଟାରେ ପୁଣି ଜୀବନ ହାରିଲେ ଛାତ୍ର
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ କୋଟାରେ ଜଣେ ଏମବିବିଏସ ଶେଷ ବର୍ଷ ଛାତ୍ର କରିଛନ୍ତି ଆତ୍ମହତ୍ୟା। ଗତ ୩ ବର୍ଷ ଧରି... The post ରାଜସ୍ଥାନ କୋଟାରେ ପୁଣି ଜୀବନ ହାରିଲେ ଛାତ୍ର appeared first on .
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ କୋଟାରେ ଜଣେ ଏମବିବିଏସ ଶେଷ ବର୍ଷ ଛାତ୍ର କରିଛନ୍ତି ଆତ୍ମହତ୍ୟା। ଗତ ୩ ବର୍ଷ ଧରି ସେ କୋଟାରେ ରହୁଥିଲେ। ଛାତ୍ରାବାସ ପ୍ରକୋଷ୍ଠରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ନିଜର ଆଶାନୁରୂପ ଭାବେ ସେ ସଫଳତା ହାସଲ କରିପାରୁ ନଥିବାରୁ ମାନସିକ ବିଷାଦରେ ରହୁଥିଲେ। ସୁଇସାଇଡ ନୋଟରେ ସେ ବାପା, ମାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ବାପା ମାଙ୍କ ଆଶା ପୂରଣ କରିପାରି ନଥିବାରୁ ସେ ଦୁଃଖିତ ଥିବା ସୁଇସାଇଡ ନୋଟରେ କହିଛନ୍ତି। କୋଟା ମେଡିକାଲ କଲେଜରେ ପଢୁଥିବା ଏହି ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ଖବର ଜଣାପଡିବା ପରେ ମହାବୀର ନଗର ପୋଲିସ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପିତାମାତାଙ୍କୁ ଛାତ୍ରଙ୍କ ମରଶରୀର ହସ୍ତାନ୍ତର କରାଯାଇଛି। ଚଳିତ ବର୍ଷ କୋଟାରେ ୬ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗତ ଜାନୁଆରୀରେ ନିଟ ଓ ଜେଇଇ ଲାଗି ପ୍ରସ୍ତୁତ ହେଉଥିବା ୨ ଛାତ୍ର ଆତ୍ମହତ୍ୟା କରିଥିଲେ। ଗତବର୍ଷ ୨୦ ଛାତ୍ର ଓ ୨୦୨୩ରେ ୨୭ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି।
The post ରାଜସ୍ଥାନ କୋଟାରେ ପୁଣି ଜୀବନ ହାରିଲେ ଛାତ୍ର appeared first on .