ରାଜସ୍ଥାନ : ସନ୍ଧ୍ୟା ୭ରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବ୍ଲାକ୍ଆଉଟ୍, ଆଗାମୀ ନିର୍ଦ୍ଦେଶ ଯାଏଁ ରହିବ ବଳବତ୍ତର
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ନେଇ ବୁଝାମଣା ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ଅପରେସନ ସିନ୍ଦୂର ଯୋଗୁଁ ପାକିସ୍ତାନର ଅନେକ କ୍ଷତି ହୋଇଛି । ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଯୁଦ୍ଧ ବନ୍ଦ ରହିଛି । ପାକିସ୍ତାନକୁ ଲାଗିଥିବା ସୀମାବର୍ତ୍ତୀ ଅଞ୍ଚଳର ଅବସ୍ଥା ସାମାନ୍ୟ ହେବାକୁ ଲାଗିଛି । କିନ୍ତୁ ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲାରେ […] The post ରାଜସ୍ଥାନ : ସନ୍ଧ୍ୟା ୭ରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବ୍ଲାକ୍ଆଉଟ୍, ଆଗାମୀ ନିର୍ଦ୍ଦେଶ ଯାଏଁ ରହିବ ବଳବତ୍ତର appeared first on KNews Odisha.

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ନେଇ ବୁଝାମଣା ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ଅପରେସନ ସିନ୍ଦୂର ଯୋଗୁଁ ପାକିସ୍ତାନର ଅନେକ କ୍ଷତି ହୋଇଛି । ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଯୁଦ୍ଧ ବନ୍ଦ ରହିଛି । ପାକିସ୍ତାନକୁ ଲାଗିଥିବା ସୀମାବର୍ତ୍ତୀ ଅଞ୍ଚଳର ଅବସ୍ଥା ସାମାନ୍ୟ ହେବାକୁ ଲାଗିଛି । କିନ୍ତୁ ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲାରେ ଏଯାଏଁ ନିୟମିତ ଭାବେ ବ୍ଲାକଆଉଟ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧକୁ ନେଇ ଆପତ୍ତକାଳୀନ ସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ ନାଗରିକ ସୁରକ୍ଷା ନିୟମ ୧୯୬୮ର ଧାରା ୨ ଅଧିନରେ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ।
ନିର୍ଦ୍ଦେଶ ଅନୁଯାୟୀ, ଆଜିଠାରୁ ଆଗାମୀ ନିର୍ଦ୍ଦେଶ ଯାଏଁ ପ୍ରତ୍ୟେକ ଦିନ ନିୟମିତ ଭାବେ ସନ୍ଧ୍ୟା ୭ଠାରୁ ସକାଳ ୬ଟାଏଁ ଯାଏଁ ବ୍ଲାକଆଉଟ୍ ରହିବ । ଏହି ସମୟରେ ସମସ୍ତେ ନାଗରିକ ବ୍ୟକ୍ତିଗତ, ସାର୍ବଜନୀନ, ବାଣିଜ୍ୟକ ଭବନ କିମ୍ବା ଅନ୍ୟ କୌଣସି ସ୍ଥାନରେ ଘରେ କି ବାହାରେ ଲାଇଟ ଲଗାଇବେ ନାହିଁ । ଏସବୁ ସ୍ଥାନରେ ସଂପୂର୍ଣ୍ଣ ଲାଇଟ ବନ୍ଦ ରହିବ । କୌଣସି ବ୍ୟକ୍ତି କିଛି ବି ଲାଇଟ ଲଗାଇପାରିବେ ନାହିଁ ।
वर्तमान परिपेक्ष में #श्रीगंगानगर जिले के नागरिकों से #सतर्क, #सावधान और #जागरूक रहने के साथ-साथ भारत सरकार द्वारा जारी दिशा-निर्देशों की पालना करने एवं किसी भी प्रकार का पैनिक नहीं करने की #अपील करते हुए जिला कलक्टर एव मजिस्ट्रेट डॉ. मंजू !!@DIPRRajasthan pic.twitter.com/9f1IOc0vCL
— Sriganganagar District Collector and Magistrate (@SriGanganagarDM) May 10, 2025
ବଜାର, ହୋଟେଲ, ମଲ, ମ୍ୟାରେଜ ପ୍ୟାଲେସ ଏବଂ କମ୍ପ୍ଲେକ୍ସରେ ସନ୍ଧ୍ୟା ୭ଟାରେ ବନ୍ଦ ହେବ । ବ୍ଲାକଆଉଟ ହେବା ପୂର୍ବରୁ ସମସ୍ତେ ନିଜ ନିଜ ଘରକୁ ଫେରିବାକୁ କୁହାଯାଇଛି ।
ଏହି ନିର୍ଦ୍ଦେଶରୁ ଜରୁରୀକାଳୀନ ସେବାକୁ ଛାଡ ମିଳିଛି । ଚିକିତ୍ସାଳୟ, ମେଡିକାଲ ଆମ୍ବୁଲାନ୍ସ ସେବା, ପୋଲିସ, ହୋମ ଗାର୍ଡସ, ନାଗରିକ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗ, ବିଜୁଳି ବିଭାଗର କର୍ମଚାରୀଙ୍କ ଡ୍ୟୁଟି ମଧ୍ୟ ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ କରାଯାଇଛି ।
ତେବେ ନିୟମ ଉଲ୍ଲଙ୍ଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।
Also Read : ପଞ୍ଜାବ: ଅମୃତସରରେ ହାଇ ଆଲର୍ଟ ଜାରି, ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ
The post ରାଜସ୍ଥାନ : ସନ୍ଧ୍ୟା ୭ରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବ୍ଲାକ୍ଆଉଟ୍, ଆଗାମୀ ନିର୍ଦ୍ଦେଶ ଯାଏଁ ରହିବ ବଳବତ୍ତର appeared first on KNews Odisha.