ରାଜସ୍ଥାନରେ ବିଜେପିକୁ ଝଟକା: ଉପନିର୍ବାଚନରେ ହାରିଗଲେ ୧୦ ଦିନ ପୂର୍ବରୁ ଶପଥ ନେଇଥିବା ମନ୍ତ୍ରୀ
ନୂଆଦିଲ୍ଲୀ: ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟକା । ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ସୁରେନ୍ଦ୍ର ପାଲ ସିଂହ ଟିଟି। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ରୂପିନ୍ଦର ସିଂହ ହରାଇଛନ୍ତି। ସେପଟେ ପରାଜୟ ପରେ ବିଜେପି ବିଜେପି କହିଛି ରାଜସ୍ଥାନର ବିଜେପି ସରକାର ଉପରେ ସେଭଳି ପ୍ରଭାବ ପକାଇବନି । ସୂଚନା ଅନୁଯାୟୀ, ୨୦୨୩ ରାଜସ୍ଥାନର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ […]

ନୂଆଦିଲ୍ଲୀ: ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟକା । ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ସୁରେନ୍ଦ୍ର ପାଲ ସିଂହ ଟିଟି। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ରୂପିନ୍ଦର ସିଂହ ହରାଇଛନ୍ତି। ସେପଟେ ପରାଜୟ ପରେ ବିଜେପି ବିଜେପି କହିଛି ରାଜସ୍ଥାନର ବିଜେପି ସରକାର ଉପରେ ସେଭଳି ପ୍ରଭାବ ପକାଇବନି ।
ସୂଚନା ଅନୁଯାୟୀ, ୨୦୨୩ ରାଜସ୍ଥାନର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗୁରମିତ ସିଂ କୁନରଙ୍କ ଦେହାନ୍ତ ହୋଇଥିଲା । ଯେଉଁଥିପାଇଁ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ଏବଂ ଏହି ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ବିଜେପି ପକ୍ଷରୁ ଭଜନଲାଲ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ବିଜୟ ହାସଲ କରିଛନ୍ତି ।