ରାଜା ଚକ୍ରଙ୍କୁ ନେଇ ସାଂସଦ ମମତା ମହାନ୍ତଙ୍କ ବିସ୍ଫୋରକ ବୟାନ, କହିଲେ-ବବି, ପାଣ୍ଡିଆନ୍ ଯୋଗୁ...
ଭୁବନେଶ୍ୱର: କିଏ ଦେଇଥିଲା ରାଜାଙ୍କୁ ଏତେ ପାୱାର ? ପାଣ୍ଡିଆନ ଓ ବବି ଯୋଗୁ ପାୱାରଫୁଲ ଥିଲେ ରାଜା ଚକ୍ର । ୨୪ ବର୍ଷର ଶାସନରେ ସବୁଠି ମାଫିଆଙ୍କ ଦବଦବା ଥିଲା । ଧନୀ ଜିଲ୍ଲା କେନ୍ଦୁଝରରେ ରାଜା ଚକ୍ର ସବୁଠୁ ପ୍ରଭାବଶାଳୀ ଥିଲେ । ସମସ୍ତେ ତାଙ୍କ କଥାରେ ଚାଲୁଥିଲେ ବୋଲି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ମମତା ମାହନ୍ତ । ଏହାସହ ସେ କହିଛନ୍ତି ଯେ ମୋହନ ସରକାରରେ ଯିଏ ଦୁର୍ନୀତି କରିବ ସେ ଦଣ୍ଡ ପାଇବ ।ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଶହ ଶହ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲା ଅଭିଯୋଗ । ଘଟଣାରେ ବଢ଼ିବାରେ ଲାଗିଛି ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ । ମାର୍ଚ୍ଚ ୩ରେ ରାଜାଙ୍କୁ ଇଓଡବ୍ଲୁ ତାଙ୍କୁ ୧୧ ଘଣ୍ଟାର ଜେରା କରିଥିବାବେଳେ, ମାମଲାରେ ଇଡି ଓ ଆୟକର ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏହାସହ ରାଜାଙ୍କର ୧୯ଟି ଗାଡ଼ି ଜବତ କରିସାରିଛି କ୍ରାଇମବାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏବଂ କେନ୍ଦୁଝର ଟାଉନ ଥାନା ମିଳିତ ଭାବେ ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା । ଏହି ସମୟରେ ରାଜାଙ୍କର ଏକ ଫର୍ଚ୍ୟୁନର କାର୍ ଏବଂ ଗୋଟିଏ ହାର୍ଲେ ଡେଭିଡସନ ବାଇକ୍ ଜବତ କରାଯାଇଥିବାବେଳେ ଖଣି ପରିବହନରେ ନିୟୋଜିତ ୧୭ଟି ପରିବହନ ଗାଡ଼ିକୁ ବିଭିନ୍ନ ସ୍ଥାନରୁ ଜବତ କରାଯାଇ
ଭୁବନେଶ୍ୱର: କିଏ ଦେଇଥିଲା ରାଜାଙ୍କୁ ଏତେ ପାୱାର ? ପାଣ୍ଡିଆନ ଓ ବବି ଯୋଗୁ ପାୱାରଫୁଲ ଥିଲେ ରାଜା ଚକ୍ର । ୨୪ ବର୍ଷର ଶାସନରେ ସବୁଠି ମାଫିଆଙ୍କ ଦବଦବା ଥିଲା । ଧନୀ ଜିଲ୍ଲା କେନ୍ଦୁଝରରେ ରାଜା ଚକ୍ର ସବୁଠୁ ପ୍ରଭାବଶାଳୀ ଥିଲେ । ସମସ୍ତେ ତାଙ୍କ କଥାରେ ଚାଲୁଥିଲେ ବୋଲି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ମମତା ମାହନ୍ତ । ଏହାସହ ସେ କହିଛନ୍ତି ଯେ ମୋହନ ସରକାରରେ ଯିଏ ଦୁର୍ନୀତି କରିବ ସେ ଦଣ୍ଡ ପାଇବ ।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଶହ ଶହ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲା ଅଭିଯୋଗ । ଘଟଣାରେ ବଢ଼ିବାରେ ଲାଗିଛି ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ । ମାର୍ଚ୍ଚ ୩ରେ ରାଜାଙ୍କୁ ଇଓଡବ୍ଲୁ ତାଙ୍କୁ ୧୧ ଘଣ୍ଟାର ଜେରା କରିଥିବାବେଳେ, ମାମଲାରେ ଇଡି ଓ ଆୟକର ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ଏହାସହ ରାଜାଙ୍କର ୧୯ଟି ଗାଡ଼ି ଜବତ କରିସାରିଛି କ୍ରାଇମବାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏବଂ କେନ୍ଦୁଝର ଟାଉନ ଥାନା ମିଳିତ ଭାବେ ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା । ଏହି ସମୟରେ ରାଜାଙ୍କର ଏକ ଫର୍ଚ୍ୟୁନର କାର୍ ଏବଂ ଗୋଟିଏ ହାର୍ଲେ ଡେଭିଡସନ ବାଇକ୍ ଜବତ କରାଯାଇଥିବାବେଳେ ଖଣି ପରିବହନରେ ନିୟୋଜିତ ୧୭ଟି ପରିବହନ ଗାଡ଼ିକୁ ବିଭିନ୍ନ ସ୍ଥାନରୁ ଜବତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ରାଜା ଚକ୍ର ରାଜ୍ୟ ଯୁବ ବିଜେଡି ଉପସଭାପତି ଅଛନ୍ତି ।