ରାଜୀବ ଗୌବାଙ୍କ ପରେ ଟିଭି ସୋମନାଥନ କେନ୍ଦ୍ର କ୍ୟାବିନେଟ୍ ସଚିବ ନିଯୁକ୍ତ

ନୂଆଦିଲ୍ଲୀ: ୧୯୮୭ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିଭି ସୋମନାଥନଙ୍କୁ ମୋଦୀ ସରକାର ଦୁଇ ବର୍ଷ ପାଇଁ କ୍ୟାବିନେଟ୍ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ୧୯୮୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରାଜୀବ ଗୌବାଙ୍କ ସ୍ଥାନ ନେଇଛନ୍ତି, ଯିଏ କି କ୍ୟାବିନେଟ୍ ସଚିବ ଭାବେ ପାଞ୍ଚ ବର୍ଷର କାର୍ଯ୍ୟକାଳ ଅତିବାହିତ କରିଛନ୍ତି। ଆଇଏଏସ୍ ଟିଭି ସୋମନାଥନ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କ୍ୟାବିନେଟ ସଚିବାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ ଭାବେ […]

ରାଜୀବ ଗୌବାଙ୍କ ପରେ ଟିଭି ସୋମନାଥନ କେନ୍ଦ୍ର କ୍ୟାବିନେଟ୍ ସଚିବ ନିଯୁକ୍ତ

ନୂଆଦିଲ୍ଲୀ: ୧୯୮୭ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିଭି ସୋମନାଥନଙ୍କୁ ମୋଦୀ ସରକାର ଦୁଇ ବର୍ଷ ପାଇଁ କ୍ୟାବିନେଟ୍ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ୧୯୮୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରାଜୀବ ଗୌବାଙ୍କ ସ୍ଥାନ ନେଇଛନ୍ତି, ଯିଏ କି କ୍ୟାବିନେଟ୍ ସଚିବ ଭାବେ ପାଞ୍ଚ ବର୍ଷର କାର୍ଯ୍ୟକାଳ ଅତିବାହିତ କରିଛନ୍ତି। ଆଇଏଏସ୍ ଟିଭି ସୋମନାଥନ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କ୍ୟାବିନେଟ ସଚିବାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିବାକୁ କ୍ୟାବିନେଟ୍‌ ନିଯୁକ୍ତି କମିଟି ଅନୁମୋଦନ କରିଛି। ସୂଚନାଯୋଗ୍ୟ, ୨୦୧୯ରେ ଗୌବାଙ୍କୁ ଦୁଇ ବର୍ଷ ପାଇଁ କ୍ୟାବିନେଟ୍ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ପରେ ୨୦୨୧, ୨୦୨୨ ଓ ୨୦୨୩ରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସେ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ର ରୂପରେଖ ପ୍ରସ୍ତୁତ କରିଥିଲେ ଏବଂ ଏହା ଅଧୀନରେ ଧାରା ୩୭୦ ଉଚ୍ଛେଦ ପରେ ତତ୍କାଳୀନ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।