ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:ବାର୍ ଆସୋସିଏସନ୍କୁ ନିର୍ବାଚନୀ ଖର୍ଚ୍ଚ ବନ୍ଦ
କଟକ,୨୧ା୨ (କାର୍ତ୍ତିକ ସାହୁ) ବହୁ ପ୍ରତିକ୍ଷିତ ଆଡ୍ଭୋକେଟ୍ ଏକାଡେମୀ ଗଠନ ନିମନ୍ତେ ରାଜ୍ୟ ଆଇନ୍ଜୀବୀ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତତ୍ସଂକ୍ରାନ୍ତୀୟ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଭୂମି ଓ ପାଣ୍ଠି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ତୁରନ୍ତ ଅନୁରୋଧପତ୍ର ଦାଖଲ କରିବାକୁ ପରିଷଦର ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ମଧୁବାବୁ ସ୍ବାସ୍ଥ୍ୟବୀମା ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବାକୁ […] The post ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:ବାର୍ ଆସୋସିଏସନ୍କୁ ନିର୍ବାଚନୀ ଖର୍ଚ୍ଚ ବନ୍ଦ appeared first on Dharitri Odia News.
କଟକ,୨୧ା୨ (କାର୍ତ୍ତିକ ସାହୁ) ବହୁ ପ୍ରତିକ୍ଷିତ ଆଡ୍ଭୋକେଟ୍ ଏକାଡେମୀ ଗଠନ ନିମନ୍ତେ ରାଜ୍ୟ ଆଇନ୍ଜୀବୀ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତତ୍ସଂକ୍ରାନ୍ତୀୟ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଭୂମି ଓ ପାଣ୍ଠି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ତୁରନ୍ତ ଅନୁରୋଧପତ୍ର ଦାଖଲ କରିବାକୁ ପରିଷଦର ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ମଧୁବାବୁ ସ୍ବାସ୍ଥ୍ୟବୀମା ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଇତିମଧ୍ୟରେ ଦେଶର ଅନେକ ରାଜ୍ୟର ସରକାର ଆଇନଜୀବୀମାନଙ୍କ ସୁରକ୍ଷା ଆଇନ ପ୍ରଣୟନ କରିସାରିଛନ୍ତି। ସେଥିପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୀତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ ନିମନ୍ତେ ବୈଠକରେ ସ୍ଥିର ହୋଇଛି। ପରିଷଦର ସଦସ୍ୟ ଦୀନେଶ ଚନ୍ଦ୍ର ରାୟ ଓ ଅକ୍ଷୟ କୁମାର ପତି ଉପରୋକ୍ତ ପ୍ରସଙ୍ଗ ବୈଠକରେ ଉପସ୍ଥାପନ କରିଥିଲେ। ଏଥିସହ ଆଡ୍ଭୋକେଟ୍ ଓ୍ବେଲଫେୟାର କର୍ପସ ଫଣ୍ଡ୍କୁ ସ୍ଥଗିତ ରଖାଯିବା ଓ ସମସ୍ତ ବାର୍ ଆସୋସିଏସନକୁ ଦିଆଯାଉଥିବା ନିର୍ବାଚନ ଖର୍ଚ୍ଚ ତୁରନ୍ତ ବନ୍ଦ କରିବା ପାଇଁ ମଧ୍ୟ ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବାବଦରେ ଆଲୋଚନା କରାଯାଇ ଆଡ୍ଭୋକେଟ୍ ଓ୍ବେଲଫେୟାର କର୍ପସ ଫଣ୍ଡ ଦ୍ୱାରା କରାଯାଉଥିବା ୧୦୦ ଟଙ୍କିଆ ଷ୍ଟାମ୍ପକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ବାର୍ ଆସୋସିଏସନ୍ଗୁଡ଼ିକୁ ଦିଆଯାଉଥିବା ନିର୍ବାଚନ ଖର୍ଚ୍ଚ ବନ୍ଦ ରଖିବାକୁ ନିଷ୍ପତ୍ତି ଗୃହୀତ ହୋଇଛି। ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇ ଭବିଷ୍ୟତରେ ଯଥାସମ୍ଭବ ଓକିଲମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି। ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ରାଜ୍ୟର ସମସ୍ତ ଆଇନଜୀବୀ ଓ ବୁଦ୍ଧିଜୀବୀ ମହଲରୁ ସ୍ବାଗତ କରାଯାଇଛି।
The post ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:ବାର୍ ଆସୋସିଏସନ୍କୁ ନିର୍ବାଚନୀ ଖର୍ଚ୍ଚ ବନ୍ଦ appeared first on Dharitri Odia News.