ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି। ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁ ଖରିଫ ଋତୁର ଧାନ ଫସଲ ବିଳମ୍ବରେ ଆରମ୍ଭ ହୋଇଥିଲା। ବନ୍ଧ ଗାଡ଼ିଆ ଶୁଖିଲା ପଡ଼ିଥିବାରୁ ଯେନତେନ ପ୍ରକାରେ ନିଜସ୍ବ ଉଦ୍ୟମରେ ଖର୍ଚ୍ଚାନ୍ତ ହୋଇ ଚାଷୀ ଖରିଫ ଋତୁର ଧାନ ଫସଲ କରିଥିଲେ। ହେଲେ ଲଘୁଚାପ ଜନିତ […] The post ବର୍ଷା ଉଜାଡ଼ିଲା ମୁଗ ଫସଲ appeared first on Dharitri Odia News.

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି। ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁ ଖରିଫ ଋତୁର ଧାନ ଫସଲ ବିଳମ୍ବରେ ଆରମ୍ଭ ହୋଇଥିଲା। ବନ୍ଧ ଗାଡ଼ିଆ ଶୁଖିଲା ପଡ଼ିଥିବାରୁ ଯେନତେନ ପ୍ରକାରେ ନିଜସ୍ବ ଉଦ୍ୟମରେ ଖର୍ଚ୍ଚାନ୍ତ ହୋଇ ଚାଷୀ ଖରିଫ ଋତୁର ଧାନ ଫସଲ କରିଥିଲେ। ହେଲେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଧାନ ଫସଲ ଉପରେ ପଡ଼ିଥିଲା।

ବର୍ଷା ଯୋଗୁ ମୁଗ ବିଲରେ ପାଣି ଜମି ରହିଥିବାରୁ ମୁଗ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି। ଏଣୁ ଚାଷୀମାନେ ମୁଗ ବିଲରୁ ପାଣି ନିଷ୍କାସନ ପାଇଁ ଲାଗି ପଡ଼ିଛନ୍ତି। ଗୋଟିଏ ପଟେ ବିଲରେ ଧାନ ଗଜା ହେବାକୁ ବସିଥିବା ବେଳେ ଅନ୍ୟପକ୍ଷେ ମୁଗ ଜମିରେ ପାଣି ଭାସୁଛି। ଏଣୁ ଚଳିତ ବର୍ଷ ଚାଷୀକୁଳ କ୍ଷତି ସହିବାକୁ ଯାଉଛନ୍ତି। ସରକାର ତୁରନ୍ତ ରାଜସ୍ବ ବିଭାଗ କର୍ମଚାରୀ ଓ ସର୍ଭେ କରି ଚାଷୀଙ୍କ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା ସହ ମାଗଣା ବିହନ ଓ ଆର୍ଥିକ ସହାୟତା ପ୍ରଦାନ ପାଇଁ ଧରାକୋଟ ବ୍ଲକ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

ସମ୍ପ୍ରତି ଯୋଗାଣ ବିଭାଗ ପକ୍ଷରୁ ଏଫ୍‌ଏକ୍ୟୁ ମାନର ଧାନ ମଣ୍ଡିରେ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଲଗାଣ ବର୍ଷା ଯୋଗୁ ସେଥିରେ ବାଧା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ଗୋଟିଏ ପଟେ ଉଜୁଡ଼ିବା ଫସଲ ସାଉଁଟିବାରେ ଚାଷୀ ବ୍ୟସ୍ତ ଥିବା ବେଳେ ଏଫ୍‌ଏକ୍ୟୁ ମାନର ଧାନ ମଣ୍ଡିରେ ନ ଦେଲେ ସରକାରଙ୍କ ପକ୍ଷରୁ ଘୋଷିତ ୩୧୦୦ ଟଙ୍କା କୁଇଣ୍ଟାଲ ପିଛା ମିଳିବ ନାହିଁ। ଅନ୍ୟପକ୍ଷେ ସଫା ଓ ମାନଯୁକ୍ତ ଧାନ ନ ଦେଲେ ତାକୁ ମଣ୍ଡିରେ ଗ୍ରହଣ କରା ନ ଯିବାକୁ ସ୍ଥିର ହୋଇଥିବାରୁ ଚାଷୀର ଚିନ୍ତା ଦୁଇଗୁଣ ବଢ଼ି ଯାଇଛି। ଏଣୁ ସରକାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ସହ ଏଫ୍‌ଏକ୍ୟୁ ମାନରେ କୋହଳ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

The post ବର୍ଷା ଉଜାଡ଼ିଲା ମୁଗ ଫସଲ appeared first on Dharitri Odia News.