ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଜିଲ୍ଲା ବନ୍ଦ ଡାକରା, ବାଂଲାଦେଶୀଙ୍କୁ ବିତାଡିତ ଦାବିରେ ବିକ୍ଷୋଭ

ମାଲକାନଗିରି ୧୬/୦୮: ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ, ମାଲକାନଗିରି ଜିଲ୍ଲାରେ ଥିବା ବାଂଲାଦେଶୀ ତଥା ରୋହିଙ୍ଗା ମୁସଲମାନ ମାନଙ୍କୁ ତୁରନ୍ତ ବିତାଡିତ କରିବା । ଏହି ସବୁ ଦାବିରେ ବନ୍ଦ ଡାକରା ଦେଇଛି ହିନ୍ଦୁ ଜାଗରଣ ମଞ୍ଚ । ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ସେପଟେ ଏହି ବନ୍ଦ ଡାକରା ପ୍ରଭାବରେ ଯାତାୟତ ଠପ ହୋଇଯାଇଛି । 

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଜିଲ୍ଲା ବନ୍ଦ ଡାକରା, ବାଂଲାଦେଶୀଙ୍କୁ ବିତାଡିତ ଦାବିରେ ବିକ୍ଷୋଭ

ମାଲକାନଗିରି ୧୬/୦୮: ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ, ମାଲକାନଗିରି ଜିଲ୍ଲାରେ ଥିବା ବାଂଲାଦେଶୀ ତଥା ରୋହିଙ୍ଗା ମୁସଲମାନ ମାନଙ୍କୁ ତୁରନ୍ତ ବିତାଡିତ କରିବା । 

ଏହି ସବୁ ଦାବିରେ ବନ୍ଦ ଡାକରା ଦେଇଛି ହିନ୍ଦୁ ଜାଗରଣ ମଞ୍ଚ । ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ସେପଟେ ଏହି ବନ୍ଦ ଡାକରା ପ୍ରଭାବରେ ଯାତାୟତ ଠପ ହୋଇଯାଇଛି ।