ସ୍କୁଲ ବସ୍‌କୁ ଧକ୍କାଦେଲା ଟ୍ରଲର, ଯାଉଥିଲେ ୪୦ ପିଲା

ଢେଙ୍କାନାଳ ୦୨/୧୨: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଲବସ୍‌କୁ ଧକ୍କାଦେଲା ଟ୍ରଲର । ୧୦ ପିଲା ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବସ୍‌ରେ ଯାତ୍ରା କରୁଥିଲେ ୪୦ ପିଲା । ସୂଚନା ଥାଉକି, ଢେଙ୍କାନାଳ ସହରର ବାରାକ ଲାଇନ ଅଂଚଳରୁ ଗେଙ୍ଗୁଟିଆ ରଣପସି ସ୍ଥିତ ସ୍କୁଲକୁ ଯାଉଥିଲା ବସ୍ । ତେବେ ସେଣ୍ଟ ଜାଭିୟର ହାଇସ୍କୁଲର ଏହି ବସ୍‌ଟି ଦୁର୍ଘଟଣାଗସ୍ତ ହୋଇଛି । ଏନ୍ ଏଚ-୫୫ର କୋରିଆଁ ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୧୦ ପିଲା ଆହତ ହୋଇଛନ୍ତି ।

ସ୍କୁଲ ବସ୍‌କୁ ଧକ୍କାଦେଲା ଟ୍ରଲର, ଯାଉଥିଲେ ୪୦ ପିଲା

ଢେଙ୍କାନାଳ ୦୨/୧୨: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଲବସ୍‌କୁ ଧକ୍କାଦେଲା ଟ୍ରଲର । ୧୦ ପିଲା ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବସ୍‌ରେ ଯାତ୍ରା କରୁଥିଲେ ୪୦ ପିଲା । 

ସୂଚନା ଥାଉକି, ଢେଙ୍କାନାଳ ସହରର ବାରାକ ଲାଇନ ଅଂଚଳରୁ ଗେଙ୍ଗୁଟିଆ ରଣପସି ସ୍ଥିତ ସ୍କୁଲକୁ ଯାଉଥିଲା ବସ୍ । ତେବେ ସେଣ୍ଟ ଜାଭିୟର ହାଇସ୍କୁଲର ଏହି ବସ୍‌ଟି ଦୁର୍ଘଟଣାଗସ୍ତ ହୋଇଛି । ଏନ୍ ଏଚ-୫୫ର କୋରିଆଁ ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୧୦ ପିଲା ଆହତ ହୋଇଛନ୍ତି ।