ରାଜ୍ୟ କ୍ୟାବିନେଟ୍: ଜାଣନ୍ତୁ କେବେହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର,୧୦।୭(ଅନିଲ ଦାସ): ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଘୋଷଣା କରିଛନ୍ତି। କ୍ୟାବିନେଟ୍ରେ ସୁଭଦ୍ରା ଯୋଜନା ପାଇଁ […] The post ରାଜ୍ୟ କ୍ୟାବିନେଟ୍: ଜାଣନ୍ତୁ କେବେହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୧୦।୭(ଅନିଲ ଦାସ): ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଘୋଷଣା କରିଛନ୍ତି। କ୍ୟାବିନେଟ୍ରେ ସୁଭଦ୍ରା ଯୋଜନା ପାଇଁ ପ୍ରସ୍ତୁତ ଗାଇଡ୍ଲାଇନକୁ ଅନୁମୋଦନ ମିଳିପାରେ। ଏହାଛଡ଼ା ଜଳସମ୍ପଦ, ସଂସଦୀୟ ବ୍ୟାପାର, ମହିଳା ଓ ଶିଶୁ ବିକାଶ, କୃଷି ବିଭାଗ ସମେତ ଅନ୍ୟ କିଛି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ତେବେ କ୍ୟାବିନେଟ୍ରେ ଉପସ୍ଥାପନ ହେବାକୁ ଥିବା ପ୍ରସ୍ତାବଗୁଡ଼ିକୁ ଗୁପ୍ତ ରଖାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାଜପା ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଜୁନ୍ ୧୨ ତାରିଖରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁଭଦ୍ରା ଯୋଜନା ସମେତ କୃଷକ ସମୃଦ୍ଧି ଯୋଜନା, ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଗଠନ ଏବଂ କୃଷକମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ବୋନସ ଦେବା ଆଦି ୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।
The post ରାଜ୍ୟ କ୍ୟାବିନେଟ୍: ଜାଣନ୍ତୁ କେବେହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ appeared first on Dharitri Odia News.