ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ…
ଭୁବନେଶ୍ୱର,୨୫ା୯: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନରେ ପୁଡ୍ ଅଫିସର ନିଯୁକ୍ତି ହେବେ। ଏହି ଅଫିସର ମହାପ୍ରସାଦ, ଶୁଖିଲା ଭୋଗର ମାନ ଯାଞ୍ଚ କରିବେ। ଏଥିସହିତ ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ସାମଗ୍ରୀ ଏବଂ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ କରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ କହିଲେ ଆଜି ମନ୍ତ୍ରୀ କହିଛନ୍ତି। ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ […] The post ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ… appeared first on Dharitri Odia News.
ଭୁବନେଶ୍ୱର,୨୫ା୯: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନରେ ପୁଡ୍ ଅଫିସର ନିଯୁକ୍ତି ହେବେ। ଏହି ଅଫିସର ମହାପ୍ରସାଦ, ଶୁଖିଲା ଭୋଗର ମାନ ଯାଞ୍ଚ କରିବେ। ଏଥିସହିତ ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ସାମଗ୍ରୀ ଏବଂ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ କରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ କହିଲେ ଆଜି ମନ୍ତ୍ରୀ କହିଛନ୍ତି।
ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛତେଲର ମାତ୍ରା ଥିଲା। ତେବେ ଏହାର ପ୍ରମାଣ ମିଳିବା ପରେ ସବୁ ଧର୍ମାବଲମ୍ବୀ ଭକ୍ତଙ୍କୁ ଶକ୍ତ ଝଟ୍କା ଲାଗିଛି। ଏହି ଘଟଣା ପରେ ଆକ୍ସନ ମୋଡ୍କୁ ଆସିଛନ୍ତି ପୁରୀ ଜିଲାପାଳ।
ଗତକାଲି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ବଡ଼ ସୂଚନା ଦେଇଥିଲେ। ସେ କହିଥିଲେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବ୍ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଓମ୍ଫେଡ୍ ଓ ଅନ୍ୟ ସଂସ୍ଥା ସହ ମଧ୍ୟ ଆଲୋଚନା କରିବୁ। ଏହାପରେ ମହାପ୍ରସାନ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ।
The post ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ… appeared first on Dharitri Odia News.