ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ
ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ସୋହେଲା ବ୍ଲକ ଅନ୍ତର୍ଗତ କେନ୍ଦମଣ୍ଡି ଓ ଗର୍ଭଣା ଗ୍ରାମାଞ୍ଚଳର ଅଙ୍ଗନୱାଡି କେନ୍ଦ୍ର, ଗର୍ଭଣା ସେବାଶ୍ରମ, ଚିଚିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଚେନ ଗାର୍ଡେନ ଏବଂ ଚିଚିଣ୍ଡା ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବରେ ପରିଦର୍ଶନ କରିଥିଲେ। ପିଲାମାନଙ୍କୁ ବଣ୍ଟନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଏବଂ ଛତୁଆର ଗୁଣାତ୍ମକ […] The post ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ appeared first on Dharitri Odia News.
ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ସୋହେଲା ବ୍ଲକ ଅନ୍ତର୍ଗତ କେନ୍ଦମଣ୍ଡି ଓ ଗର୍ଭଣା ଗ୍ରାମାଞ୍ଚଳର ଅଙ୍ଗନୱାଡି କେନ୍ଦ୍ର, ଗର୍ଭଣା ସେବାଶ୍ରମ, ଚିଚିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଚେନ ଗାର୍ଡେନ ଏବଂ ଚିଚିଣ୍ଡା ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବରେ ପରିଦର୍ଶନ କରିଥିଲେ। ପିଲାମାନଙ୍କୁ ବଣ୍ଟନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଏବଂ ଛତୁଆର ଗୁଣାତ୍ମକ ମାନ ଯାଞ୍ଚ କରିବା ସହ ସଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ ବିଦ୍ୟାଳୟ ପରିସରରେ ପିଲାମାନଙ୍କ ଗୁଣାତ୍ମକ ଦକ୍ଷତା ବିକାଶ ନିମନ୍ତେ ପନିପରିବା ଚାଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଦସ୍ୟଙ୍କ ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ଭେସ୍ରା, ଭାରପ୍ରାପ୍ତ ସିଡିପିଓ ଏବଂ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସାମେତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କାର୍ମଚାରୀ ଉପସ୍ଥିତ ଥିଲେ।
The post ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ appeared first on Dharitri Odia News.