ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ

ବଲାଙ୍ଗୀର,୧୩ା୬(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ପ୍ରଥମ ଭାଜପା ସରକାରରେ ବଲାଙ୍ଗୀର ଜିଲାକୁ ମିଳିଛି ଦୁଇଟି ପଦବୀ। ପାଟଣାଗଡ଼ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଓ ଲୋଇସିଂହା ବିଧାୟକ ତଥା ଭାଜପାର ଯୁବ ଚେହେରା ଡ. ମୁକେଶ ମହାଲିଙ୍ଗ ବୁଧବାର ଭୁବନେଶ୍ୱର ଜନତା ମଇଦାନରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାଲିଙ୍ଗ ଶପଥ ଗ୍ରହଣ କରିବା ପରେ ଲୋଇସିଂହା ନିର୍ବାଚନମଣ୍ଡଳୀ ଏବଂ ବଲାଙ୍ଗୀର ଜିଲାରେ ଖୁସି ପ୍ରକାଶ ପାଇଛି। […] The post ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ appeared first on Dharitri Odia News.

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ

ବଲାଙ୍ଗୀର,୧୩ା୬(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ପ୍ରଥମ ଭାଜପା ସରକାରରେ ବଲାଙ୍ଗୀର ଜିଲାକୁ ମିଳିଛି ଦୁଇଟି ପଦବୀ। ପାଟଣାଗଡ଼ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଓ ଲୋଇସିଂହା ବିଧାୟକ ତଥା ଭାଜପାର ଯୁବ ଚେହେରା ଡ. ମୁକେଶ ମହାଲିଙ୍ଗ ବୁଧବାର ଭୁବନେଶ୍ୱର ଜନତା ମଇଦାନରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାଲିଙ୍ଗ ଶପଥ ଗ୍ରହଣ କରିବା ପରେ ଲୋଇସିଂହା ନିର୍ବାଚନମଣ୍ଡଳୀ ଏବଂ ବଲାଙ୍ଗୀର ଜିଲାରେ ଖୁସି ପ୍ରକାଶ ପାଇଛି। ୨୦୨୪ ନିର୍ବାଚନରେ ଡ. ମହାଲିଙ୍ଗ ଦ୍ୱିତୀୟ ଥର ଲୋଇସିଂହା ଆସନରୁ ଭାଜପା ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ଏଥର ସେ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କୁ ୧୮,୧୯୦ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ ପ୍ରଥମ କରି ଲୋଇସିଂହା ଆସନରେ ଭାଜପାରୁ ଡ. ମହାଲିଙ୍ଗ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ରାଜନୀତିକୁ ଆସିବା ପୂର୍ବରୁ ଡ. ମହାଲିଙ୍ଗ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ବରିଷ୍ଠ ବୈଜ୍ଞାନିକ ଏବଂ ଆଞ୍ଚଳିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ବିଭାଗରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ସେ ରାଜନୀତିରେ ପ୍ରବେଶ କରିଥିଲେ। ଜଣେ ପରିବେଶ ବୈଜ୍ଞାନିକ ଭାବେ ଡ. ମହାଲିଙ୍ଗଙ୍କ ସୁନାମ ରହିଛି। ୭ ଜୁଲାଇ ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିବା ଡ. ମହାଲିଙ୍ଗ ୧୯୮୮ ମସିହାରେ ମାଟ୍ରିକ ପାସ୍‌ କରିଥିଲେ। ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ଡିଗ୍ରୀ ହାସଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର, ଏମଫିଲ୍‌ ଏବଂ ପିଏଚ୍‌ଡି ଡିଗ୍ରୀ ହାସଲ କରି ୧୯୯୮ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗରେ ସହକାରୀ ପରିବେଶ ବିଜ୍ଞାନୀ ଭାବେ ଚାକିରି ଆରମ୍ଭ କରିଥିଲେ।

The post ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ appeared first on Dharitri Odia News.