ରାଜ୍ୟ ବାହାରେ ଜମି କିଣିଥିଲେ ଫସିବେ ସରକାରୀ ବାବୁ, ସମ୍ପତ୍ତି ତାଲିକା ଜାଣିବା ପାଇଁ ଚିଠି ଲେଖିବ ଭିଜିଲାନ୍ସ

ଭୁବନେଶ୍ୱର : ରାଜ୍ୟ ବାହାରେ ଜମି କିଣିଥିବା ସରକାରୀ ବାବୁମାନଙ୍କୁ ଧରିବା ପାଇଁ ଭିଜିଲାନ୍ସ ନୂଆ ଯୋଜନା କରୁଛି। ରାଜ୍ୟ ବାହାରେ ଜମି କିଣିଥିବା ବାବୁଙ୍କ ସମ୍ପତ୍ତି ତାଲିକା ଜାଣିବା ପାଇଁ ଭିଜିଲାନ୍ସ ସବୁ ରାଜ୍ୟର ଆଇଜିଆର(ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେସନ)ଙ୍କୁ ଚିଠି ଲେଖିବ। ଓଡ଼ିଶାରେ ଚାକିରି କରିଥିବା ଯେଉଁ ବାବୁମାନେ ରାଜ୍ୟ ବାହାରେ ସମ୍ପତ୍ତି କିଣିଛନ୍ତି, ତାହାର ତାଲିକା ଦେବାକୁ କୁହାଯିବ। ତାଲିକା ଆସିବା ପରେ ସେମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରାଯାଇ ଚଢ଼ଉ […]

ରାଜ୍ୟ ବାହାରେ ଜମି କିଣିଥିଲେ ଫସିବେ ସରକାରୀ ବାବୁ, ସମ୍ପତ୍ତି ତାଲିକା ଜାଣିବା ପାଇଁ ଚିଠି ଲେଖିବ ଭିଜିଲାନ୍ସ
Vigilance plan to catch government officials who have bought land outside the state

ଭୁବନେଶ୍ୱର : ରାଜ୍ୟ ବାହାରେ ଜମି କିଣିଥିବା ସରକାରୀ ବାବୁମାନଙ୍କୁ ଧରିବା ପାଇଁ ଭିଜିଲାନ୍ସ ନୂଆ ଯୋଜନା କରୁଛି। ରାଜ୍ୟ ବାହାରେ ଜମି କିଣିଥିବା ବାବୁଙ୍କ ସମ୍ପତ୍ତି ତାଲିକା ଜାଣିବା ପାଇଁ ଭିଜିଲାନ୍ସ ସବୁ ରାଜ୍ୟର ଆଇଜିଆର(ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେସନ)ଙ୍କୁ ଚିଠି ଲେଖିବ। ଓଡ଼ିଶାରେ ଚାକିରି କରିଥିବା ଯେଉଁ ବାବୁମାନେ ରାଜ୍ୟ ବାହାରେ ସମ୍ପତ୍ତି କିଣିଛନ୍ତି, ତାହାର ତାଲିକା ଦେବାକୁ କୁହାଯିବ। ତାଲିକା ଆସିବା ପରେ ସେମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରାଯାଇ ଚଢ଼ଉ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାଲ୍‌‌ରେ ନ ପଡ଼ିବା ପାଇଁ ସରକାରୀ ବାବୁମାନେ ଗଳା ବାଟ ବାଛି ନେଇଛନ୍ତି। ରାଜ୍ୟରେ ସମ୍ପତ୍ତି କିଣିଲେ ଭିଜିଲାନ୍ସର ନଜର ପଡ଼ିବ। ତେଣୁ ସେମାନ ଭିଜିଲାନ୍ସ ନଜରରୁ ବର୍ତ୍ତିବା ପାଇଁ ପଡୋଶୀ ରାଜ୍ୟରେ ପ୍ଲଟ୍‌‌, ଫ୍ଲାଟ୍‌‌ ଏବଂ ଅନ୍ୟାନ ସମ୍ପତ୍ତି କିଣୁଛନ୍ତି। ଯେଉଁଥିପାଇଁ ତଦନ୍ତକାରୀ ସଂସ୍ଥା ଜାଣିପାରୁ ନାହିଁ। ନିକଟରେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ପଶ୍ଚିବଙ୍ଗରେ ୨୦ଟି ପ୍ଲଟ୍‌‌ ଠାବ ହୋଇଥିଲା। ଏହି ପ୍ଲଟ୍‌‌ ସମ୍ପର୍କରେ ତଦନ୍ତ କରାଯିବା ବେଳେ ଭିଜିଲାନ୍ସ ନଜରରୁ ବର୍ତ୍ତିବା ପାଇଁ ସେ ପଶ୍ଚିମବଙ୍ଗରେ କିଣିଥିବା ସ୍ୱୀକାର କରିଥିଲେ। ପୂର୍ବରୁ ଗିରଫ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର, ବାଲେଶ୍ୱର ଜଳସେଚନ ବିଭାଗର ଅଧୀଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ରାଜ୍ୟ ବାହାରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ୩୪ଟି ପ୍ଲଟ୍‌‌ ଥିବା ବେଳେ ତାଙ୍କର ୧୪ କୋଟିରୁ ଊର୍ଦ୍ଧ୍ବ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିଲା।

ସେହିପରି ଅନ୍ୟ ଜଣେ କୁବେର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କର ୫୨ ପ୍ଲଟ୍‌‌ ଥିବା ବେଳେ ୧୩ କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ୧୦୨ ପ୍ଲଟ ରହିଥିବା ବେଳେ ତାଙ୍କର ୨୦କୋଟିର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି। ତେଣୁ ଭିଜିଲାନ୍ସ ଏବେ ରାଜ୍ୟ ବାହାରେ ସମ୍ପତ୍ତି କିଣୁଥିବା ସରକାରୀ ବାବୁଙ୍କ ଉପରେ ନଜର ରଖିଛି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚାକିରି କରିଥିବା ସରକାରୀ ବାବୁମାନଙ୍କର ରାଜ୍ୟ ବାହାରେ ଥିବା ସମ୍ପତ୍ତିର ଖୋଳତାଡ଼ କରାଯାଉଛି। ଏନେଇ ଭିଜିଲାନ୍ସ ସବୁ ରାଜ୍ୟର ଆଇଜିଆର(ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟେସନ)ଙ୍କୁ ଚିଠି ଲେଖିବ। ଓଡ଼ିଶାରେ ଚାକିରି କରିଥିବା କେଉଁମାନେ ରାଜ୍ୟ ବାହାରେ ସମ୍ପତ୍ତି କିଣିଛନ୍ତି ତାହାର ତାଲିକା ଦେବାକୁ କୁହାଯିବ। ତାଲିକା ଆସିବା ପରେ ତଦନ୍ତ କରାଯାଇ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି।