ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ
ଶ୍ରୀନଗର,୧।୧୦: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନର ତୃତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ମଙ୍ଗଳବାର ସକାଳୁ ମତଦାନ ଚାଲିଛି। ସକାଳ ୭ ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହି ପର୍ଯ୍ୟାୟରେ ସମୁଦାୟ ୪୦ ଟି ବିଧାନସଭା ଆସନ ପାଇଁ ଭୋଟ ଦିଆଯାଉଛି। ଦଶ ବର୍ଷ ପୂର୍ବେ, ୨୦୧୪ ବିଧାନସଭା ନିର୍ବାଚନରେ, ଏହି ପର୍ଯ୍ୟାୟରେ ଜମ୍ମୁ, ସାମ୍ବା, କଠୁଆ ଏବଂ ଉଧମପୁର ଜିଲାର ମୋଟ ୨୧ ଟି ଆସନ ମଧ୍ୟରୁ ୧୮ଟି ଜିତିବା ପରେ ଭାଜପା […] The post ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ appeared first on Dharitri Odia News.
ଶ୍ରୀନଗର,୧।୧୦: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନର ତୃତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ମଙ୍ଗଳବାର ସକାଳୁ ମତଦାନ ଚାଲିଛି। ସକାଳ ୭ ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହି ପର୍ଯ୍ୟାୟରେ ସମୁଦାୟ ୪୦ ଟି ବିଧାନସଭା ଆସନ ପାଇଁ ଭୋଟ ଦିଆଯାଉଛି। ଦଶ ବର୍ଷ ପୂର୍ବେ, ୨୦୧୪ ବିଧାନସଭା ନିର୍ବାଚନରେ, ଏହି ପର୍ଯ୍ୟାୟରେ ଜମ୍ମୁ, ସାମ୍ବା, କଠୁଆ ଏବଂ ଉଧମପୁର ଜିଲାର ମୋଟ ୨୧ ଟି ଆସନ ମଧ୍ୟରୁ ୧୮ଟି ଜିତିବା ପରେ ଭାଜପା ପ୍ରଥମ ଥର ପାଇଁ ପିଡିପି ସହ ମିଳିତ ହୋଇ ସରକାର ଗଠନ କରିଥିଲା। ସେଥିମଧ୍ୟରୁ ଜମ୍ମୁ ଜିଲାରେ ଦୁଇଟି ଆସନ ଜିତିଥିଲା। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଜମ୍ମୁ ଡିଭିଜନର ୨୪ଟି ସିଟ ଏବଂ ଉତ୍ତର କଶ୍ମୀରର ବାନ୍ଦିପୋରା, କୁପୱାଡା ଏବଂ ବାରାମୁଲାରେ ୧୬ ଟି ସିଟ ଆସନରେ ଭୋଟ ଗ୍ରହଣ କରାଯାଉଛି।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଏକ ଦଶନ୍ଧି ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ୨୦୧୯ରେ ଏଠାରୁ ଧାରା ୩୭୦ ହଟାଯିବା ଏବଂ ରାଜ୍ୟ ମାନ୍ୟତା ରଦ୍ଦ ହେବା ପରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇନଥିଲା, କିନ୍ତୁ ସୁପ୍ରିମକୋର୍ଟଙ୍କ ଆଦେଶ ଯୋଗୁଁ ବର୍ତ୍ତମାନ ଘାଟିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏବେ ୟୁନିୟନ ଟେରିଟୋରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ମଧ୍ୟ କଡା ସୁରକ୍ଷା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି, ତେଣୁ ସମସ୍ତ ୪୦ ଟି ସିଟ ଉପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ୮୬ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।
ମୋଟ ୩୯.୧୮ ଲକ୍ଷରୁ ଅଧିକ ଭୋଟର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ ଦେବେ। ଏହି ପର୍ଯ୍ୟାୟରେ ମୋଟ ୪୧୫ ଜଣ ପ୍ରାର୍ଥୀ ୪୦ ଟି ଆସନ ପାଇଁ ଲଢୁଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଭୋଟ ଗଣନା ଅକ୍ଟୋବର ୮ରେ ହେବ। ସେହି ଦିନ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ଆସିବ।
The post ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ appeared first on Dharitri Odia News.