ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ସରକାର, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ ହୋଇଛି । ନୂଆ ସରକାରରେ ଯୋଜନା ବୋର୍ଡକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ।ରାଜ୍ୟରେ ନୂଆ ସରକାର ଆସିବା ପରେ ଯୋଜନା ବୋର୍ଡର ପୁର୍ନଗଠନ ହେବ । ଏଥିରେ ସ୍ଥାନ ପାଇବା ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ନାଁ ଚର୍ଚ୍ଚା ହେଉଛି । ନିୟମ ମୁତାବକ ରାଜ୍ୟ ଯୋଜନା ବୋର୍ଡରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବ୍ୟତୀତ ୧୪ ଜଣ ସଭ୍ୟ ଏବଂ ଜଣେ ସଚିବ ରହିବେ । ସାଧାରଣତଃ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ପଦରେ ମୁଖ୍ୟମନ୍ତ୍ରୀ ରହିଥାନ୍ତି । ତେବେ ଏହି ପଦବୀରେ ଜଣେ ବେସରକାରୀ ବ୍ୟକ୍ତି ମଧ୍ୟ ରହିପାରିବେ । ସେହିଭଳି ଉପାଧ୍ୟକ୍ଷ ପଦରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ କିମ୍ବା କୌଣସି ବେସରକାରୀ ବ୍ୟକ୍ତି ରହିପାରିବେ । ଯେଉଁ ବେସରକାରୀ ବ୍ୟକ୍ତି ଉପାଧ୍ୟକ୍ଷ ରହିବେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥାଏ ।
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ ହୋଇଛି । ନୂଆ ସରକାରରେ ଯୋଜନା ବୋର୍ଡକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ।
ରାଜ୍ୟରେ ନୂଆ ସରକାର ଆସିବା ପରେ ଯୋଜନା ବୋର୍ଡର ପୁର୍ନଗଠନ ହେବ । ଏଥିରେ ସ୍ଥାନ ପାଇବା ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ନାଁ ଚର୍ଚ୍ଚା ହେଉଛି । ନିୟମ ମୁତାବକ ରାଜ୍ୟ ଯୋଜନା ବୋର୍ଡରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବ୍ୟତୀତ ୧୪ ଜଣ ସଭ୍ୟ ଏବଂ ଜଣେ ସଚିବ ରହିବେ ।
ସାଧାରଣତଃ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ପଦରେ ମୁଖ୍ୟମନ୍ତ୍ରୀ ରହିଥାନ୍ତି । ତେବେ ଏହି ପଦବୀରେ ଜଣେ ବେସରକାରୀ ବ୍ୟକ୍ତି ମଧ୍ୟ ରହିପାରିବେ । ସେହିଭଳି ଉପାଧ୍ୟକ୍ଷ ପଦରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ କିମ୍ବା କୌଣସି ବେସରକାରୀ ବ୍ୟକ୍ତି ରହିପାରିବେ । ଯେଉଁ ବେସରକାରୀ ବ୍ୟକ୍ତି ଉପାଧ୍ୟକ୍ଷ ରହିବେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥାଏ ।