ରାଜ୍ୟ ସଭାକୁ କିଏ ଯିବେ? ଏହି ନେତାଙ୍କ ନାଁକୁ ନେଇ ଚାଲିଛି ଜୋର୍ଦାର ଚର୍ଚ୍ଚା
ଭୁବନେଶ୍ୱର,୭ା୮: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସଭା ଏମ୍ପି ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜ୍ୟ ସଭାକୁ କିଏ ଯିବେ ସେନେଇ ଜୋର୍ଦାର ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନାଁ ବେଶ୍ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମନମୋହନ ସାମଲ କହିଛନ୍ତି, ଯାହା କେନ୍ଦ୍ରୀୟ […] The post ରାଜ୍ୟ ସଭାକୁ କିଏ ଯିବେ? ଏହି ନେତାଙ୍କ ନାଁକୁ ନେଇ ଚାଲିଛି ଜୋର୍ଦାର ଚର୍ଚ୍ଚା appeared first on Dharitri Odia News.
ଭୁବନେଶ୍ୱର,୭ା୮: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସଭା ଏମ୍ପି ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜ୍ୟ ସଭାକୁ କିଏ ଯିବେ ସେନେଇ ଜୋର୍ଦାର ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନାଁ ବେଶ୍ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ମନମୋହନ ସାମଲ କହିଛନ୍ତି, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ। ସେ କହିଛନ୍ତି, ଗଣମାଧ୍ୟମରେ ଯାହା ଚର୍ଚ୍ଚା ହୁଏ, ସେଥିରେ କିଛି ନାହିଁ। ବିଧାୟକ, ଲୋକ ସଭା ପ୍ରାର୍ଥୀ ରାଜ୍ୟ ସଭା ହେଉ କି ଲୋକ ସଭା ସବୁକିଛି ଦିଲ୍ଲୀରେ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ।
ସେହିପରି ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଦିଲ୍ଲୀପ ରାୟ ଏବଂ ମମତା ମଧ୍ୟ ରାଜ୍ୟ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ କେନ୍ଦ୍ରୀୟ କମିଟି କାହା ନାଁରେ ମୋହର ମାରୁଛି।
ସୂଚନାଯୋଗ୍ୟ, ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବାକୁ ଥିବା ବେଳେ ଅଗଷ୍ଟ ୨୧ରେ ନାମାଙ୍କନ ପାଇଁ ଶେଷ ତାରିଖ ରହିଛି। ୨୨ ତାରିଖରେ ନାମାଙ୍କନ ଯାଞ୍ଚ ହେବ। ଆମ ରାଜ୍ୟ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୭ ଅଗଷ୍ଟରେ ରହିଛି।
The post ରାଜ୍ୟ ସଭାକୁ କିଏ ଯିବେ? ଏହି ନେତାଙ୍କ ନାଁକୁ ନେଇ ଚାଲିଛି ଜୋର୍ଦାର ଚର୍ଚ୍ଚା appeared first on Dharitri Odia News.