ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର: ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ପୁଣି ପ୍ରତିହିଂସା ରାଜନୀତି ଆରମ୍ଭ କରି ଦେଇଛି। ଦେଶ ରାଜନୀତିର ଅନ୍ୟତମ ପ୍ରବାଦ ପୁରୁଷ ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ। ନିଜ ସଂକୀର୍ଣ୍ଣ ରାଜନୀତିରେ ପୁଣି ବଶବର୍ତ୍ତୀ ହୋଇ ବିଜେପି ସରକାର ପୂର୍ବରୁ ରହିଥିବା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା […]

ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର: ବିଜେଡି
BJP Govt Don't do anything that'so make the people of odisha sad

ଭୁବନେଶ୍ୱର : ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ପୁଣି ପ୍ରତିହିଂସା ରାଜନୀତି ଆରମ୍ଭ କରି ଦେଇଛି। ଦେଶ ରାଜନୀତିର ଅନ୍ୟତମ ପ୍ରବାଦ ପୁରୁଷ ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ। ନିଜ ସଂକୀର୍ଣ୍ଣ ରାଜନୀତିରେ ପୁଣି ବଶବର୍ତ୍ତୀ ହୋଇ ବିଜେପି ସରକାର ପୂର୍ବରୁ ରହିଥିବା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି।

ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ। ସେ ବିଜେପି ସରକାରକୁ ତାଚ୍ଛଲ୍ୟ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ ଯେମିତି ପାରିବେ ସେମିତି କାଟିବେ। ବେଳେବେଳେ କାକୁଡି କାଟିଲା ବେଳେ ମୁଣ୍ଡିଟି ପିତା ଲାଗେ । ତେଣୁ ନୂଆ ସରକାରଙ୍କୁ କିଛି ଅନୁରୋଧ ରହିବ। ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଜଣେ ଅନୁଷ୍ଠାନ । କେବଳ ଆମ ଦେଶରେ ନୁହେଁ, କିମ୍ବଦନ୍ତୀ ପୁରୁଷ ବିଜୁବାବୁ ୩ଟି ଦେଶର ସମ୍ମାନରେ ସମ୍ମାନିତ । ବିଜୁବାବୁ ରାଷ୍ଟ୍ରର ସମ୍ପତ୍ତି । ତେଣୁ ତାଙ୍କ ନାଁ କାଟି ରାଜ୍ୟ ସରକାର କେଉଁ ଯଶ ବାନା ଉଡାଇବେ ? ଏପରି ରାଜନୀତି କରିବା ଠିକ୍‌ ନୁହେଁ ବୋଲି ଆମେ ବିଚାର କରୁଛୁ । ବିଜୁବାବୁ ଜଣେ ଦିବଙ୍ଗତ ନେତା ଓ ଓଡିଶାର ମଉଡ଼ମଣି। ତାଙ୍କୁ ନେଇ ଆମେ ଗର୍ବ କରୁଛୁ । ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ କାର୍ଯ୍ୟ କରିଛନ୍ତି । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ଭୂମିକା ରହିଛି । ଏଭଳି ନିଷ୍ପତ୍ତିରୁ ବିଜେପି ସରକାର କ୍ଷାନ୍ତ ରହିବାକୁ ଆମେ ଅନୁରୋଧ କରୁଛୁ ବୋଲି ଅରୁଣ ସାହୁ କହିଛନ୍ତି।