ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲର ସୁବିଧା ରହିବ। ଯଦି ଆପଣ ଉପରୋକ୍ତ ସ୍କିମ ପାଇଁ ଯୋଗ୍ୟ ଅଟନ୍ତି ତେବେ ଆପଣ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବାକୁ ପଡିବ। ଏଥିପାଇଁ ଡକ୍ୟୁମେଣ୍ଟ ଭାବରେ ଆବାସିକ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ରାଶନ କାର୍ଡ ଆବଶ୍ୟକ […] The post ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ appeared first on Dharitri Odia News.

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲର ସୁବିଧା ରହିବ।

ଯଦି ଆପଣ ଉପରୋକ୍ତ ସ୍କିମ ପାଇଁ ଯୋଗ୍ୟ ଅଟନ୍ତି ତେବେ ଆପଣ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବାକୁ ପଡିବ। ଏଥିପାଇଁ ଡକ୍ୟୁମେଣ୍ଟ ଭାବରେ ଆବାସିକ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ରାଶନ କାର୍ଡ ଆବଶ୍ୟକ ହେବ । ଆପଣଙ୍କୁ ଏକ ମୋବାଇଲ ନମ୍ବର ମଧ୍ୟ ଆବଶ୍ୟକ ହେବ, ଯାହା ସହିତ ଆପଣଙ୍କର କାର୍ଡ ଲିଙ୍କ ହୋଇ ପାରିବ ।

ସାରା ଦେଶରେ ୭୦ ବର୍ଷରୁ ଉଦ୍ଧର୍‌ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ ରହିବ। ପୁରୁଣା କାର୍ଡରେ ୯୫୦ ଏବଂ ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ରହିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏ)ର ଲାଭ ପାଇବାକୁ ଯୋଗ୍ୟ ହେବେ। ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ AB PM-JAY ଅଧୀନରେ ଏକ ନୂତନ ଅଲଗା କାର୍ଡ ଦିଆଯିବ।ବରିଷ୍ଠ ନାଗରିକ, ଯାହାର ପରିବାର ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରହିଛନ୍ତି, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅଂଶୀଦାର ଟପ-ଅପ କଭର ପାଇଁ ଯୋଗ୍ୟ ହେବେ।

The post ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ appeared first on Dharitri Odia News.