ରାଜ୍ୟର ଅଗ୍ନିଶମ ସେବାର ସଂପ୍ରସାରଣ ଓ ଆଧୁନିକୀକରଣ ହେବ, ୩ ରାଜ୍ୟ ପାଇଁ ୩୭୬କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର : ରାଜ୍ୟର ଅଗ୍ନିଶମ ସେବାର ସଂପ୍ରସାରଣ ଓ ଆଧୁନିକୀକରଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୨୦୧ କୋଟି ୧୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟିରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ପାଇଁ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଛତିଶଗଡ଼ ପାଇଁ ୧୪୭କୋଟି ୭୬ ଲକ୍ଷ ଓ ପଶ୍ଚିମବଙ୍ଗ ପାଇଁ ୩୭୬କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର […] The post ରାଜ୍ୟର ଅଗ୍ନିଶମ ସେବାର ସଂପ୍ରସାରଣ ଓ ଆଧୁନିକୀକରଣ ହେବ, ୩ ରାଜ୍ୟ ପାଇଁ ୩୭୬କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର appeared first on KNews Odisha.

ରାଜ୍ୟର ଅଗ୍ନିଶମ ସେବାର ସଂପ୍ରସାରଣ ଓ ଆଧୁନିକୀକରଣ ହେବ, ୩ ରାଜ୍ୟ ପାଇଁ ୩୭୬କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର
fire1

ଭୁବନେଶ୍ୱର : ରାଜ୍ୟର ଅଗ୍ନିଶମ ସେବାର ସଂପ୍ରସାରଣ ଓ ଆଧୁନିକୀକରଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୨୦୧ କୋଟି ୧୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟିରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ପାଇଁ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଛତିଶଗଡ଼ ପାଇଁ ୧୪୭କୋଟି ୭୬ ଲକ୍ଷ ଓ ପଶ୍ଚିମବଙ୍ଗ ପାଇଁ ୩୭୬କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପୁରା କରିବାକୁ ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ରାଜ୍ୟରେ ଅଗ୍ନିଶମ ସେବାର ସଂପ୍ରସାରଣ ଓ ଆଧୁନିକୀକରଣ ଏନଡିଆରଏଫ ଅଧିନରେ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ୫ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ୧୫ଟି ରାଜ୍ଯ ପାଇଁ ୨ହଜାର ୫୪୨କୋଟି ୧୨ଲକ୍ଷ ଟଙ୍କା ବର୍ତ୍ତମାନ ସୁଦ୍ଧା ମଞ୍ଜୁର ହୋଇସାରିଛି ।

The post ରାଜ୍ୟର ଅଗ୍ନିଶମ ସେବାର ସଂପ୍ରସାରଣ ଓ ଆଧୁନିକୀକରଣ ହେବ, ୩ ରାଜ୍ୟ ପାଇଁ ୩୭୬କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର appeared first on KNews Odisha.