ରାଜ୍ୟର ଏହିସବୁ ଜିଲାରେ ୨୬ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାରଣ
ହାପୁର,୨୫।୭: ଏବେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ କାଉଡିଆ ଯାତ୍ରା ଚାଲିଛି। ଏହି ସମୟରେ ପ୍ରଶାସନ କାଉଡିଆ ଯାତ୍ରା ମାର୍ଗରେ ସୁରକ୍ଷାକୁ କଡାକଡି କରିଛି। ଏଥିସହ ଯାତ୍ରା ମାର୍ଗରେ ପଡିଥିବା ଜିଲାଗୁଡ଼ିକରେ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ପୂର୍ବରୁ କାଉଡିଆ ଯାତ୍ରା ହେତୁ ଉତ୍ତରାଖଣ୍ଡର ହରିଦ୍ୱାରରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଏବେ ଉତ୍ତରପ୍ରଦେଶର ହାପୁରରେ ମଧ୍ୟ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ହାପୁର ଜିଲା ମାଜିଷ୍ଟ୍ରେଟ ପ୍ରର୍ନା ଶର୍ମା […] The post ରାଜ୍ୟର ଏହିସବୁ ଜିଲାରେ ୨୬ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାରଣ appeared first on Dharitri Odia News.
ହାପୁର,୨୫।୭: ଏବେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ କାଉଡିଆ ଯାତ୍ରା ଚାଲିଛି। ଏହି ସମୟରେ ପ୍ରଶାସନ କାଉଡିଆ ଯାତ୍ରା ମାର୍ଗରେ ସୁରକ୍ଷାକୁ କଡାକଡି କରିଛି। ଏଥିସହ ଯାତ୍ରା ମାର୍ଗରେ ପଡିଥିବା ଜିଲାଗୁଡ଼ିକରେ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ପୂର୍ବରୁ କାଉଡିଆ ଯାତ୍ରା ହେତୁ ଉତ୍ତରାଖଣ୍ଡର ହରିଦ୍ୱାରରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଏବେ ଉତ୍ତରପ୍ରଦେଶର ହାପୁରରେ ମଧ୍ୟ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ହାପୁର ଜିଲା ମାଜିଷ୍ଟ୍ରେଟ ପ୍ରର୍ନା ଶର୍ମା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହାପୁରରେ ୨୬ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାପୁର ଜିଲା ମାଜିଷ୍ଟ୍ରେଟ ପ୍ରର୍ନା ଶର୍ମା କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରୀ ଯାନବାହାନ ଚଳାଚଳ କରୁଛି। ବର୍ତ୍ତମାନ ଜୁଲାଇ ୨୬ ରୁ କାଉଡିଆ ଯାତ୍ରା ହେତୁ ହାଲୁକା ଯାନ ନତୟମ ମଧ୍ୟ ବଦଳାଯାଉଛି । ଏହା ସହିତ ସମସ୍ତ ବେସରକାରୀ ଏବଂ ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି।
The post ରାଜ୍ୟର ଏହିସବୁ ଜିଲାରେ ୨୬ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାରଣ appeared first on Dharitri Odia News.