ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ବଡ଼ଦାଣ୍ଡରେ ଭିଜିବେ ଭକ୍ତ ଓ ଭଗବାନ
ଭୁବନେଶ୍ୱର,୦୭/୦୭: ରଥଯାତ୍ରାରେ ଭିଜିବ ପୁରୀ । ବଡ଼ଦାଣ୍ଡରେ ଭିଜିବେ ଭକ୍ତ ଓ ଭଗବାନ । ଏମିତିକି ପ୍ରବଳ ବର୍ଷା ଆଶଙ୍କା ବି ରହିଛି । ଏହାସହ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ରବିବାର ପବିତ୍ର ରଥଯାତ୍ରା ଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ପୁରୀ ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସୋମବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖ (ମଙ୍ଗଳବାର) ଓ ୧୦ ତାରିଖ (ବୁଧବାର) ବର୍ଷା ଅଳ୍ପ କିଛି ସ୍ଥାନରେ ହେବ । ୧୧ ଓ ୧୨ରେ ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ଶନିବାର ସକାଳୁ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ୪୩ ମିମି, ବୌଦ୍ଧରେ ୩୧
ଭୁବନେଶ୍ୱର,୦୭/୦୭: ରଥଯାତ୍ରାରେ ଭିଜିବ ପୁରୀ । ବଡ଼ଦାଣ୍ଡରେ ଭିଜିବେ ଭକ୍ତ ଓ ଭଗବାନ । ଏମିତିକି ପ୍ରବଳ ବର୍ଷା ଆଶଙ୍କା ବି ରହିଛି । ଏହାସହ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ରବିବାର ପବିତ୍ର ରଥଯାତ୍ରା ଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ପୁରୀ ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସୋମବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖ (ମଙ୍ଗଳବାର) ଓ ୧୦ ତାରିଖ (ବୁଧବାର) ବର୍ଷା ଅଳ୍ପ କିଛି ସ୍ଥାନରେ ହେବ । ୧୧ ଓ ୧୨ରେ ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ଶନିବାର ସକାଳୁ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ୪୩ ମିମି, ବୌଦ୍ଧରେ ୩୧, ବଲାଙ୍ଗୀରରେ ୧୫, ଅନୁଗୁଳରେ ୧୦ ମିମି ବର୍ଷା ହୋଇଛି । ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି ।
ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ହାରାହାରି ୧୯୮.୨ ମିଲିମିଟର ବର୍ଷା ହୋଇଛି । ସ୍ୱାଭାବିକଠାରୁ ରାଜ୍ୟରେ ୨୫% ବର୍ଷା ନିଅଣ୍ଟିଆ ରହିଛି । ଏବେ ବି ୧୮ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିଛି । ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ଥିତି ସବୁଠୁ ଖରାପ । ମୟୂରଭଞ୍ଜରେ ୬୧% ଓ ବାଲେଶ୍ୱରରେ ୬୦% ନିଅଣ୍ଟିଆ ରହିଛି ବର୍ଷା । ଭଦ୍ରକରେ ୪୫%, କେନ୍ଦୁଝରରେ ୪୨%, ପୁରୀରେ ୪୩%, ଯାଜପୁରରେ ୩୭%, କଳାହାଣ୍ଡିରେ ୩୭%, ନୂଆପଡ଼ାରେ ୩୬%, ବଲାଙ୍ଗୀରରେ ୩୩%, ଅନୁଗୁଳରେ ୩୧% ବର୍ଷା କମ୍ ହୋଇଛି । ଏସବୁ ଜିଲ୍ଲାରେ ଚାଷ କାର୍ଯ୍ୟ ଆଗେଇବାରେ ସମସ୍ୟା ଦେଖା ଦେଇଛି । ଏହାବାଦ୍ ରାୟଗଡ଼ା, ଗଜପତି, ଗଞ୍ଜାମ, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୁନ୍ଦରଗଡ଼ରେ ବର୍ଷା ନିଅଣ୍ଟିଆ ରହିଛି ।
କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ସୋନପୁର, ସମ୍ବଲପୁର, ଦେବଗଡ଼, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି ।