ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡ଼ି, ୧୧ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ୨୬।୦୧ : କମିଛି ଶୀତ, ବଢୁଛି ପାରଦ । ହେଲେ କୁହୁଡିରୁ ମିଳୁନି ମୁକ୍ତି । ଏହିକ୍ରମରେ ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡ଼ି ଦେଖାଯିବ । ରବିବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼  ଜିଲ୍ଲାରେ ଘନ କୁହୁଡ଼ି ଦେଖା  ଦେଇପାରେ । ମଝି ରାତିରେ ମାଡିଆସିଲା କୁହୁଡି, ଟ୍ୱିନ୍ ସିଟିରେ ଦିଶୁନି ମୁହଁକୁ ମୁହଁସୋମବାର ଭଦ୍ରକ,  କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି,  କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ । ସେମିଳିଗୁଡ଼ାରେ ରାତି ତାପମାତ୍ରା ସବୁଠୁ କମ୍‌ ୧୦.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୧୧.୫ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୩ ଓ  କୋରାପୁଟରେ ୧୩.୫ ଡିଗ୍ରୀ ଥିଲା ।ସୂଚନାଯୋଗ୍ୟ ଯେ, ଟ୍ୱିନ୍‌ ସିଟିରେ ରବିବାର ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ରବିବାର ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି।ଇଂଲଣ୍ଡକୁ ୨ ୱିକ

ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡ଼ି, ୧୧ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ୨୬।୦୧ : କମିଛି ଶୀତ, ବଢୁଛି ପାରଦ । ହେଲେ କୁହୁଡିରୁ ମିଳୁନି ମୁକ୍ତି । ଏହିକ୍ରମରେ ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡ଼ି ଦେଖାଯିବ । ରବିବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼  ଜିଲ୍ଲାରେ ଘନ କୁହୁଡ଼ି ଦେଖା  ଦେଇପାରେ । 

ମଝି ରାତିରେ ମାଡିଆସିଲା କୁହୁଡି, ଟ୍ୱିନ୍ ସିଟିରେ ଦିଶୁନି ମୁହଁକୁ ମୁହଁ

ସୋମବାର ଭଦ୍ରକ,  କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି,  କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ । ସେମିଳିଗୁଡ଼ାରେ ରାତି ତାପମାତ୍ରା ସବୁଠୁ କମ୍‌ ୧୦.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୧୧.୫ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୩ ଓ  କୋରାପୁଟରେ ୧୩.୫ ଡିଗ୍ରୀ ଥିଲା ।

ସୂଚନାଯୋଗ୍ୟ ଯେ, ଟ୍ୱିନ୍‌ ସିଟିରେ ରବିବାର ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ରବିବାର ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି।

ଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ: ତିଲକଙ୍କ ଅର୍ଦ୍ଧଶତକ