ରାଜ୍ୟରେ ଖାଲି ପଡ଼ିଛି ୧୩ ହଜାର ୩୭୩ ପୁଲିସ ପଦବୀ

ଭୁବନେଶ୍ବର: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ରାଜ୍ୟରେ ବିଭିନ୍ନ ପଦପଦବୀରେ କେତେ ସଂଖ୍ୟାରେ ପୁଲିସ କର୍ମଚାରୀ, ହୋମଗାର୍ଡ, ଅଗ୍ନିଶମ ବିଭାଗରେ ଓ କେତେ ସଂଖ୍ୟାରେ ବିଭିନ୍ନ ଜେଲରେ କେଉଁ ପଦ ସବୁ ଖାଲି ଅଛି ଓ କେବେ ସୁଦ୍ଧା ଏହିସବୁ ପଦପଦବୀ ପୂରଣ କରିବା ପାଇଁ ସରକାର ନିଷ୍ପତି ନେବେ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଦେଇ କହିଥିଲେ ଯେ,  ରାଜ୍ୟରେ ଖାଲି ପଡ଼ିଛି […]

ରାଜ୍ୟରେ ଖାଲି ପଡ଼ିଛି ୧୩ ହଜାର ୩୭୩ ପୁଲିସ ପଦବୀ
Untitled 1

ଭୁବନେଶ୍ବର: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ରାଜ୍ୟରେ ବିଭିନ୍ନ ପଦପଦବୀରେ କେତେ ସଂଖ୍ୟାରେ ପୁଲିସ କର୍ମଚାରୀ, ହୋମଗାର୍ଡ, ଅଗ୍ନିଶମ ବିଭାଗରେ ଓ କେତେ ସଂଖ୍ୟାରେ ବିଭିନ୍ନ ଜେଲରେ କେଉଁ ପଦ ସବୁ ଖାଲି ଅଛି ଓ କେବେ ସୁଦ୍ଧା ଏହିସବୁ ପଦପଦବୀ ପୂରଣ କରିବା ପାଇଁ ସରକାର ନିଷ୍ପତି ନେବେ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଦେଇ କହିଥିଲେ ଯେ,  ରାଜ୍ୟରେ ଖାଲି ପଡ଼ିଛି ୧୩ ହଜାର ୩୭୩ ପୁଲିସ ପଦବୀ, ଅଗ୍ନିଶମ ବିଭାଗରେ ୪୮୧ ପଦବୀ, ୨୪୧୬ ହୋମଗାର୍ଡ ପଦବୀ ଖାଲି ପଡ଼ିଥିବାବେଳେ ଜେଲ ଗୁଡିକରେ ମଧ୍ୟ ୮୬୨ ପଦବୀ ଖାଲି ପଡ଼ିଛି। ଖାଲିଥିବା ପଦବୀ ଗୁଡିକୁ ନୂତନ ଚୟନ ଓ ପଦୋନ୍ନତି ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉତ୍ତରରେ କୁହାଯାଇଥିଲା।