ରାଜ୍ୟରେ ଖୁବଶୀଘ୍ର ଆସିବ କରୋନା ମାର୍ଗଦର୍ଶିକା: ଏଭଳି ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ…

ଭୁବନେଶ୍ୱର,୬।୬: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତଥାପି ରାଜ୍ୟ ସରକାର ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ବୋଲି ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହା ଚିନ୍ତାର କାରଣ ସାଜିଛି। ବର୍ତ୍ତମାନ ସୁଦ୍ଧା ୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩ ରହିଛି। କରୋନାକୁ ନେଇ କୌଣସି ଭୟଭିତ ହେବାର ନାହିଁ ବୋଲି ଜନସ୍ବାସ୍ଥ୍ୟ […] The post ରାଜ୍ୟରେ ଖୁବଶୀଘ୍ର ଆସିବ କରୋନା ମାର୍ଗଦର୍ଶିକା: ଏଭଳି ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ… appeared first on Dharitri Odia News.

ରାଜ୍ୟରେ ଖୁବଶୀଘ୍ର ଆସିବ କରୋନା ମାର୍ଗଦର୍ଶିକା: ଏଭଳି ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ…

ଭୁବନେଶ୍ୱର,୬।୬: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତଥାପି ରାଜ୍ୟ ସରକାର ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ବୋଲି ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହା ଚିନ୍ତାର କାରଣ ସାଜିଛି। ବର୍ତ୍ତମାନ ସୁଦ୍ଧା ୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩ ରହିଛି। କରୋନାକୁ ନେଇ କୌଣସି ଭୟଭିତ ହେବାର ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ନେଇ ପ୍ରସ୍ତୁତ ରହିଛନ୍ତି।

ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୯ ଏବଂ ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।

The post ରାଜ୍ୟରେ ଖୁବଶୀଘ୍ର ଆସିବ କରୋନା ମାର୍ଗଦର୍ଶିକା: ଏଭଳି ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ… appeared first on Dharitri Odia News.