ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ବର
ଭୁବନେଶ୍ୱର,୨ା୩: ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି। ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରୀରେ ପହଞ୍ଚିଛି। ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷେ ଚାନ୍ଦବାଲିରେ ତାପମାତ୍ରା ୩୫.୪ ଡିଗ୍ରୀରେ ପହଞ୍ଚିଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅବଧି ଅଧିକ ରହିବ, ମେ’ ଶେଷ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅତିଷ୍ଠ କରିବ। ଏହି ୩ମାସ ମଧ୍ୟରେ ୮ରୁ […] The post ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ବର appeared first on Dharitri Odia News.
ଭୁବନେଶ୍ୱର,୨ା୩: ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି। ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରୀରେ ପହଞ୍ଚିଛି। ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷେ ଚାନ୍ଦବାଲିରେ ତାପମାତ୍ରା ୩୫.୪ ଡିଗ୍ରୀରେ ପହଞ୍ଚିଛି।
ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅବଧି ଅଧିକ ରହିବ, ମେ’ ଶେଷ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅତିଷ୍ଠ କରିବ। ଏହି ୩ମାସ ମଧ୍ୟରେ ୮ରୁ ୯ଦିନ ଲଗାତର ହିଟ୍ଓ୍ବଭର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ରାଜ୍ୟର ପ୍ରାୟ ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଟିଟିଲାଗଡ଼ ତଳକୁ ଝାରସୁଗୁଡା ରହିଛି। ଏଠାରେ ୩୮.୨ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୩୮, ସୋନପୁର ୩୭.୭, ଅନୁଗୋଳ ୩୭.୭, ସମ୍ବଲପୁର ୩୭.୬, ସୁନ୍ଦରଗଡ ୩୭.୫, ଭବାନୀପାଟଣା ୩୭.୨, ହୀରାକୁଦ ୩୭.୧, ବୌଦ୍ଧ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ସେଲସିୟସ ଛୁଇଁଥିଲା।
The post ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ବର appeared first on Dharitri Odia News.