ରାଜ୍ୟରେ ପ୍ରଥମ ଫେଜ୍ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲର ପ୍ରକ୍ରିୟା।

ରାଜ୍ୟରେ ପ୍ରଥମ ଫେଜ୍ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ

୨୪ ମହାସଂଗ୍ରାମ ପାଇଁ ରାଜ୍ୟରେ ଆରମ୍ଭ ହେଲା ପ୍ରକ୍ରିୟା । ମେ' ୧୩ ଭୋଟ୍ ପାଇଁ ବାହାରିଲା ବିଧିବଦ୍ଧ ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡ଼ିବ। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସବୁଠି ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ହେଲେ ଭୋଟର ଓ ପୁଲିଂ ପାର୍ଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମତଦାନ ଶେଷ ସମୟକୁ ଭିନ୍ନ ଭିନ୍ନ ରଖାଯାଇଛି । କେଉଁଠି ଅପରାହ୍ଣ ୪ଟାରେ ଭୋଟ୍ ଗ୍ରହଣ ଶେଷ ହେବାକୁ ଥିଲା ବେଳେ କେଉଁଠି ୫ଟା, ପୁଣି କେଉଁଠି ୬ଟାରେ ସରିବ ଭୋଟ୍ ।