ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

ଭୁବନେଶ୍ୱର ୦୧।୦୬ : ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି । ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଛି । ଯେଉଁଥିରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଯାଜପୁରରେ ସର୍ବନିମ୍ନ ୧୯.୨୪ ପ୍ରତିଶତ ଭୋଟିଂ ହୋଇଛି । ସେହିପରି  ଭଦ୍ରକରେ ୧୯.୪୬ ପ୍ରତିଶତ, ଜଗତସିଂହପୁରରେ ୨୨.୭୬ ପ୍ରତିଶତ, ବାଲେଶ୍ୱରରେ ୨୭.୮୪ ପ୍ରତିଶତ, ମୟୂରଭଂଜରେ ୨୨.୪୬  ପ୍ରତିଶତ,  ଯାଜପୁରରେ ୧୯.୨୪ ପ୍ରତିଶତ, କେନ୍ଦ୍ରାପଡ଼ାରେ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଶେଷ ପର୍ଯ୍ୟାୟ ମତଦାନରେ ୧୪୦୦ରୁ  ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ  ଦ୍ୱାରା ପରିଚାଳିତ କରୁଛନ୍ତି । ଏହି ପର୍ଯ୍ୟାୟରେ  ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ  ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମୋଟ  ୧୨୫ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି । 

ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

ଭୁବନେଶ୍ୱର ୦୧।୦୬ : ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି । ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଛି । ଯେଉଁଥିରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଯାଜପୁରରେ ସର୍ବନିମ୍ନ ୧୯.୨୪ ପ୍ରତିଶତ ଭୋଟିଂ ହୋଇଛି । 

ସେହିପରି  ଭଦ୍ରକରେ ୧୯.୪୬ ପ୍ରତିଶତ, ଜଗତସିଂହପୁରରେ ୨୨.୭୬ ପ୍ରତିଶତ, ବାଲେଶ୍ୱରରେ ୨୭.୮୪ ପ୍ରତିଶତ, ମୟୂରଭଂଜରେ ୨୨.୪୬  ପ୍ରତିଶତ,  ଯାଜପୁରରେ ୧୯.୨୪ ପ୍ରତିଶତ, କେନ୍ଦ୍ରାପଡ଼ାରେ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି । 

ଶେଷ ପର୍ଯ୍ୟାୟ ମତଦାନରେ ୧୪୦୦ରୁ  ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ  ଦ୍ୱାରା ପରିଚାଳିତ କରୁଛନ୍ତି । ଏହି ପର୍ଯ୍ୟାୟରେ  ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ  ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମୋଟ  ୧୨୫ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି ।