ରାଜ୍ୟରେ ହଇଚଇ: ‘ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା’

ଭୁବନେଶ୍ୱର,୧୫।୭ : ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ବିଜେଡି ବଡ଼ ଦାବି କରିଛି। ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା ବୋଲି ବିଜେଡି ନେତା କହିଛନ୍ତି। […] The post ରାଜ୍ୟରେ ହଇଚଇ: ‘ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା’ appeared first on Dharitri Odia News.

ରାଜ୍ୟରେ ହଇଚଇ: ‘ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା’

ଭୁବନେଶ୍ୱର,୧୫।୭ : ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ବିଜେଡି ବଡ଼ ଦାବି କରିଛି। ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା ବୋଲି ବିଜେଡି ନେତା କହିଛନ୍ତି।

ମଙ୍ଗଳବାର ବିଜେଡି ପକ୍ଷରୁ ପୂର୍ବାହ୍ନ ୧୧ଟାରେ ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି। ନାରୀ ଅସୁରକ୍ଷିତ ହୋଇ ପଡିଥିବା ବେଳେ ସେମାନଙ୍କ ନ୍ୟାୟ ପ୍ରଦାନ କରାଯାଉ ନାହିଁ । ଏହାକୁ ନେଇ ବିଜେଡି ଜିଲା(ପୂର୍ବ) ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶର୍‌ବରେ ଶହଶହ ଯାନବାହାନ ଅଟକି ରହିଥିଲା । ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନେତା ଓ କର୍ମୀମାନେ ଦୀର୍ଘ ସମୟ ଧରି ବିକ୍ଷୋଭ କରିଛନ୍ତି।

ସେପଟେ କଂଗ୍ରେସ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି।ଏହି ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିବ । ଏହା ସହ ଆଜି ସବୁ ସହରରେ ଜଳାଯିବ କ୍ୟାଣ୍ଡେଲ ଲାଇଟ । ତେବେ ଓଡ଼ିଶା ବନ୍ଦ ଡାକରାରେ ସମସ୍ତେ ସାମିଲ ହେବା ପାଇଁ ଆଦ୍ୱାନ ଦେଇଛି ଦଳ । ଏଥିସହ ଆହୁରି ଏକ ଖବର ସାମ୍ନାକୁ ଆସୁଛି ବର୍ତ୍ତମାନ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ , ଆଗକୁ ସଂସଦରେ ବସିବ ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଆଜି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ ।

ଅନ୍ୟପଟେ ପୈତୃକ ଗାଁ ମଶାଣିରେ ଜଳିଛି ସୌମ୍ୟାଶ୍ରୀଙ୍କ ମୃତ ଶରୀର। ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

The post ରାଜ୍ୟରେ ହଇଚଇ: ‘ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା’ appeared first on Dharitri Odia News.