ରାଜ୍ୟରେ ୨ ଲକ୍ଷ ୫ ହଜାରରୁ ଅଧିକ ସରକାରୀ ପଦ ଖାଲି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ୨ଲକ୍ଷ ୫ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲିଖିତ ତଥ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ୱର ୩୧ ସୁଦ୍ଧା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ହେଉଛି ୫ଲକ୍ଷ ୯୬ହଜାର ୬୪୭। ସେଥିମଧ୍ୟରୁ ୨ଲକ୍ଷ ୫ହଜାର ୨୨୮ ପଦବୀ ଖାଲି […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ୨ଲକ୍ଷ ୫ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲିଖିତ ତଥ୍ୟ ରଖିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ୱର ୩୧ ସୁଦ୍ଧା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ହେଉଛି ୫ଲକ୍ଷ ୯୬ହଜାର ୬୪୭। ସେଥିମଧ୍ୟରୁ ୨ଲକ୍ଷ ୫ହଜାର ୨୨୮ ପଦବୀ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଗ୍ରୁପ୍ ‘ଏ’ରେ ୧୯୨୯୯ ପଦବୀ ଖାଲି ରହିଥିବା ବେଳେ ଗ୍ରୁପ୍ ‘ବି’ରେ ୪୪୮୮୬ଟି ପଦବୀ, ଗ୍ରୁପ୍ ‘ସି’ରେ ସର୍ବାଧିକ ୧୦୪୦୪୨ଟି ପଦବୀ ଏବଂ ଗ୍ରୁପ୍ ‘ଡି’ରେ ୩୭୦୦୧ଟି ପଦବୀ ଖାଲି ପଡ଼ିଛି। ସେହିପରି କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି, ସେନେଇ ବିଭାଗୱାରୀ ବିସ୍ତୃତ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩, ୪୦୫ ପଦବୀ ଖାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ ୩୯, ୧୨୭, ଗୃହ ବିଭାଗରେ ୧୯, ୮୮୯, ରାଜସ୍ୱ ବିଭାଗରେ ୧୧, ୮୧୦, ପଞ୍ଚାୟତିରାଜ ବିଭାଗରେ ୭, ୪୬୫, କୃଷି ବିଭାଗରେ ୭, ୨୯୬ ଏବଂ ଉଚ୍ଚଶିକ୍ଷା ବିଭାଗରେ ୩, ୭୬୧ ପଦବୀ ଖାଲିପଡ଼ିଛି। ସେହିପରି ସାଧାରଣ ପ୍ରଶାସନ ବିଭାଗରେ ୧, ୩୬୭, ଆଇନ ବିଭାଗରେ ୨,୯୭୩, ଅର୍ଥ ବିଭାଗରେ ୩, ୧୦୧, ବାଣିଜ୍ୟ ଓ ପରିବହନ ବିଭାଗରେ ୩୮୧, ପୂର୍ତ୍ତ ବିଭାଗରେ ୪,୪୦୫, ଓଡ଼ିଶା ବିଧାନସଭାରେ ୨୬୩, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗରେ ୧, ୦୯୩, ଏସ୍ସି ଓ ଏସ୍ଟି ବିଭାଗରେ ୨୮୨, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗରେ ୧,୦୭୯, ଶ୍ରମ ଏବଂ ଇଏସଆଇରେ ୭୬୮, ସଂଯୋଜନା ବିଭାଗରେ ୧, ୩୮୯, ଜଳସମ୍ପଦ ବିଭାଗରେ ୭, ୫୬୭ ପଦବୀ ଖାଲି ପଡ଼ିଥିବା ନେଇ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି।