ରାଜ୍ୟସଭା ନିର୍ବାଚନ : ତୃତୀୟ ପ୍ରାର୍ଥୀ ନେଇ ଅନେକ କଳ୍ପନାଜଳ୍ପନା, ରେସ୍‌ରେ ବରିଷ୍ଠ ନେତା

ଭୁବନେଶ୍ୱର ୧୪।୦୨ : କିଏ ହେବ ତୃତୀୟ ପ୍ରାର୍ଥୀ ଏବେବି ସସ୍ପେନ୍ ସ ଜାରି ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଏବଂ ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବ ସେନେଇ ସସ୍ପେନ୍ସ ଲାଗି ରହିଛି। ତେବେ ଯାହା ଚର୍ଚ୍ଚା ଜୋର ଧରିଛି ଏଥିରୁ ଜଣାଯାଉଛି ଯେ, ୨୦୧୯ର ଫର୍ମୁଲାକୁ ଆପଣାଇପାରେ ବିଜେଡି। ଏବଂ ପୁଣି ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ଯାଇପାରନ୍ତି। ଉଭୟ ବିଜେପି ଏବଂ ବିଜେଡି ସମର୍ଥନରେ ଅଶ୍ବିନୀ ବୈଷ୍ଣବ ହୋଇପାରନ୍ତି ତୃତୀୟ ପ୍ରାର୍ଥୀ। ଅଶ୍ବିନୀ ବୈଷ୍ଣବ ଆଜି ଭୁବନେଶ୍ବରରେ ପହଞ୍ଚୁଛନ୍ତି। ସେଠାରୁ ସିଧା ସେ ବିଜେପି କାର୍ଯ୍ୟାଳୟ ଯିବେ। ଆଜି ମଧ୍ୟ ସମସ୍ତ ବିଜେପି ବିଧାୟକ ଭୁବନେଶ୍ବର ଆସୁଥିବା ସୂଚନା ରହିଛି। ବିଜେପି ବିଧାୟକ ଦଳ ବୈଠକରେ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇପାରନ୍ତି। https://www.prameyanews7.com/bjd-two-candidate-file-nomination/ ସେହିପରି  ଅଶ୍ବିନୀ ବୈଷ୍ଣବ ଆଜି ରେଳ ଏବଂ BSNL ପ୍ରକଳ୍ପର ସମୀକ୍ଷା କରିବେ ଏବଂ ଭୁବନେଶ୍ବରରେ ହିଁ ରାତ୍ରିଯାପନ କରିବେ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ୧୫ ତାରିଖରେ ନିର୍ଦ୍ଦିଷ୍ଟ କୌଣସି କାର୍ଯ୍ୟକ୍ରମ ସୂଚନା ଦିଆଯାଇନଥିଲେ ମଧ୍ୟ ଲୋକାଲ ପ୍ରୋଗ୍ରାମ ଭାବେ ଉଲ୍ଲେଖ ରହିଛି। ଯ

ରାଜ୍ୟସଭା ନିର୍ବାଚନ : ତୃତୀୟ ପ୍ରାର୍ଥୀ ନେଇ ଅନେକ କଳ୍ପନାଜଳ୍ପନା, ରେସ୍‌ରେ ବରିଷ୍ଠ ନେତା

ଭୁବନେଶ୍ୱର ୧୪।୦୨ : କିଏ ହେବ ତୃତୀୟ ପ୍ରାର୍ଥୀ ଏବେବି ସସ୍ପେନ୍ ସ ଜାରି ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଏବଂ ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବ ସେନେଇ ସସ୍ପେନ୍ସ ଲାଗି ରହିଛି।

ତେବେ ଯାହା ଚର୍ଚ୍ଚା ଜୋର ଧରିଛି ଏଥିରୁ ଜଣାଯାଉଛି ଯେ, ୨୦୧୯ର ଫର୍ମୁଲାକୁ ଆପଣାଇପାରେ ବିଜେଡି। ଏବଂ ପୁଣି ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ଯାଇପାରନ୍ତି। ଉଭୟ ବିଜେପି ଏବଂ ବିଜେଡି ସମର୍ଥନରେ ଅଶ୍ବିନୀ ବୈଷ୍ଣବ ହୋଇପାରନ୍ତି ତୃତୀୟ ପ୍ରାର୍ଥୀ। ଅଶ୍ବିନୀ ବୈଷ୍ଣବ ଆଜି ଭୁବନେଶ୍ବରରେ ପହଞ୍ଚୁଛନ୍ତି। ସେଠାରୁ ସିଧା ସେ ବିଜେପି କାର୍ଯ୍ୟାଳୟ ଯିବେ। ଆଜି ମଧ୍ୟ ସମସ୍ତ ବିଜେପି ବିଧାୟକ ଭୁବନେଶ୍ବର ଆସୁଥିବା ସୂଚନା ରହିଛି। ବିଜେପି ବିଧାୟକ ଦଳ ବୈଠକରେ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇପାରନ୍ତି।

https://www.prameyanews7.com/bjd-two-candidate-file-nomination/

ସେହିପରି  ଅଶ୍ବିନୀ ବୈଷ୍ଣବ ଆଜି ରେଳ ଏବଂ BSNL ପ୍ରକଳ୍ପର ସମୀକ୍ଷା କରିବେ ଏବଂ ଭୁବନେଶ୍ବରରେ ହିଁ ରାତ୍ରିଯାପନ କରିବେ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ୧୫ ତାରିଖରେ ନିର୍ଦ୍ଦିଷ୍ଟ କୌଣସି କାର୍ଯ୍ୟକ୍ରମ ସୂଚନା ଦିଆଯାଇନଥିଲେ ମଧ୍ୟ ଲୋକାଲ ପ୍ରୋଗ୍ରାମ ଭାବେ ଉଲ୍ଲେଖ ରହିଛି। ଯାହା ଏହି ଚର୍ଚ୍ଚାକୁ ଅଧିକ ଖୋରାଖ ଯୋଗାଉଛି। ତେଣୁ ମିଳିଥିବା ସୂଚନା ଅନୁସାରେ ଅଶ୍ବିନୀ ବୈଷ୍ଣବ ବିଜେପି ଏବଂ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିପାରନ୍ତି।

https://www.prameyanews7.com/saraswati-puja-celebration-at-every-office-and-educational-institution/

The post ରାଜ୍ୟସଭା ନିର୍ବାଚନ : ତୃତୀୟ ପ୍ରାର୍ଥୀ ନେଇ ଅନେକ କଳ୍ପନାଜଳ୍ପନା, ରେସ୍‌ରେ ବରିଷ୍ଠ ନେତା appeared first on Prameya News7.