ରାଜ୍ୟସଭା ସାଂସଦ ପାଣ୍ଠି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି ଚଳୁ !
୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ। ପୁଣି ୨ ବର୍ଷ ପୂର୍ବର ପ୍ରକଳ୍ପ ଆରମ୍ଭ ହୋଇନି, ହେଲେ ପୁଣି ପ୍ରକଳ୍ପ ପରେ ପ୍ରକଳ୍ପ ଅଜାଡି ଦେଇଥିଲେ ତତକାଳୀନ ବିଜେଡି ସରକାର।
ରାଜ୍ୟସଭା ସାଂସଦ ପାଣ୍ଠି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି। ଯାଜପୁର ଉପରେ ହେଉଥିଲା ପ୍ରକଳ୍ପ ବର୍ଷା। ଏହି ଜିଲ୍ଲା ପାଇଁ ଭଣ୍ଡାର ଖୋଲି ଦେଇଥିଲେ ରାଜ୍ୟ ସରାକର। ବାକି ୨୯ ଜିଲ୍ଲା ଗୋଟିଏ ପଟେ, ଆଉ ଯାଜପୁର ଥିଲା ଅନ୍ୟ ପଟେ। ୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ। ପୁଣି ୨ ବର୍ଷ ପୂର୍ବର ପ୍ରକଳ୍ପ ଆରମ୍ଭ ହୋଇନି, ହେଲେ ପୁଣି ପ୍ରକଳ୍ପ ପରେ ପ୍ରକଳ୍ପ ଅଜାଡି ଦେଇଥିଲେ ତତକାଳୀନ ବିଜେଡି ସରକାର।