ରାଜ୍ୟସଭାରୁ TMC ସାଂସଦ ଜବାହାର ସରକାରଙ୍କ ଇସ୍ତଫା
ନୂଆଦିଲ୍ଲୀ ୧୨।୯: କୋଲକାତା ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ ଜବାହାର ସରକାର ଗୁରୁବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦ୍ଦୀପ ଧନଖଡଙ୍କ ନିକଟକୁ ପଠାଇ ଦେଇଛନ୍ତି। ଉପରାଷ୍ଟ୍ରପତିଙ୍କୁ ସରକାର ଲେଖିଥିବା ପତ୍ରରେ ସେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ରୂପେ ତାଙ୍କର ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଜବାହାର ସରକାର ପୂର୍ବରୁ ସାଂସଦ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ। ତାଙ୍କର ଏପରି ଘୋଷଣା ପରେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସହ ଟେଲିଫୋନରେ କଥା ହୋଇଥିଲେ ଓ କହିଥିଲେ ଇସ୍ତଫାର ପୁନର୍ବିଚାର କରନ୍ତୁ। ତେବେ ସରକାର ମମତାଙ୍କ କଥା ମାନିନାହାନ୍ତି ଓ ଶେଷରେ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଜନତାଙ୍କୁ ପ୍ରତିଶ୍ରୁତି ଦେଇସାରିଛି, ଏଣୁ ଏବେ ଇସ୍ତଫା ଦେବାକୁ ପଛକୁ ହଟିବି ନାହିଁ। ଏଥି ପାଇଁ ସେ ବୁଧବାର ଦିଲ୍ଲୀ ଗସ୍ତ କରିଥିବା ବେଳେ ଗୁରୁବାର ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ସରକାର ମମତା ବାନାର୍ଜୀଙ୍କୁ ମଧ୍ୟ ଏକ ପତ୍ର ଲେଖିଥିଲେ। ଏଥିରେ ସେ ତାଙ୍କ ପାର୍ଟିର କିଛି ଖାସ ଲୋକଙ୍କ ଆଚରଣକୁ ନେଇ ଉଦବେଗ ପ
ନୂଆଦିଲ୍ଲୀ ୧୨।୯: କୋଲକାତା ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ ଜବାହାର ସରକାର ଗୁରୁବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦ୍ଦୀପ ଧନଖଡଙ୍କ ନିକଟକୁ ପଠାଇ ଦେଇଛନ୍ତି। ଉପରାଷ୍ଟ୍ରପତିଙ୍କୁ ସରକାର ଲେଖିଥିବା ପତ୍ରରେ ସେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ରୂପେ ତାଙ୍କର ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଜବାହାର ସରକାର ପୂର୍ବରୁ ସାଂସଦ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ। ତାଙ୍କର ଏପରି ଘୋଷଣା ପରେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସହ ଟେଲିଫୋନରେ କଥା ହୋଇଥିଲେ ଓ କହିଥିଲେ ଇସ୍ତଫାର ପୁନର୍ବିଚାର କରନ୍ତୁ। ତେବେ ସରକାର ମମତାଙ୍କ କଥା ମାନିନାହାନ୍ତି ଓ ଶେଷରେ ଇସ୍ତଫା ଦେଇଛନ୍ତି।
ସେ କହିଛନ୍ତି ଯେ ମୁଁ ଜନତାଙ୍କୁ ପ୍ରତିଶ୍ରୁତି ଦେଇସାରିଛି, ଏଣୁ ଏବେ ଇସ୍ତଫା ଦେବାକୁ ପଛକୁ ହଟିବି ନାହିଁ। ଏଥି ପାଇଁ ସେ ବୁଧବାର ଦିଲ୍ଲୀ ଗସ୍ତ କରିଥିବା ବେଳେ ଗୁରୁବାର ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ସରକାର ମମତା ବାନାର୍ଜୀଙ୍କୁ ମଧ୍ୟ ଏକ ପତ୍ର ଲେଖିଥିଲେ। ଏଥିରେ ସେ ତାଙ୍କ ପାର୍ଟିର କିଛି ଖାସ ଲୋକଙ୍କ ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେହିପରି ରାଜ୍ୟରେ ପାର୍ଟି ଓ ସରକାର କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଯେଉଁ ପରି କାମ କରୁଛନ୍ତି ଏଥିରେ ସେ ନିରାଶ ବୋଲି କହିଥିଲେ।
ଜବାହାର ସରକାରଙ୍କ ପୂର୍ବରୁ ଟିଏମସି ସାଂସଦ ଶୁଖେନ୍ଦୁ ଶେଖର ରାୟ ମଧ୍ୟ କୋଲକାତା ଦୁଷ୍କର୍ମ ଓ ହତ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ ଏହି କାଣ୍ଡକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନରେ ବି ଅଂଶଗ୍ରହଣ କରିଥିଲେ। ପାର୍ଟିର ସାଂସଦଙ୍କ ଏପରି ଇସ୍ତଫାରେ ମମତା ବାନାର୍ଜୀ ଏବେ ନିଜ ଦଳରେ ଘେରିଯାଇଥିବା ପରି ଲାଗୁଛନ୍ତି।