ରାଜ୍ୟସଭାରେ କ୍ୟାସ୍ କାଣ୍ଡ ; ସାଂସଦ ଅଭିଷେକ ମୁନ ସିଂଘଭୀଙ୍କ ସିଟ ତଳୁ ନୋଟ ବିଡ଼ା ମିଳିବା ଘଟଣାର ହେବ ତଦନ୍ତ ....

କନକ ବ୍ୟୁରୋ : ରାଜ୍ୟସଭାରେ ନୋଟ୍ ଝଡ । ସାଂସଦ ଅଭିଷେକ ମନୁ ସିଂଘଭୀଙ୍କ ସିଟ ନମ୍ବର ୨୨୨ ତଳୁ ନୋଟବିଡ଼ା ମିଳିବା ପରେ ଗୃହରେ ତୁମ୍ବିତୋଫାନ ଦେଖାଦେଇଛି । ଗତକାଲିର ଘଟଣାର ବାବଦରେ ଆଜି ସୂଚନା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସୂଚନା ଦେବା ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଥାକଟାକଟି ହୋଇଛି । ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ ମନୁ ସିଂହଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିଲେ । ଗୁରୁବାର ସିଟ ନମ୍ବର ୨୨୨ରୁ ମିଳିଛି ନୋଟ ବିଡା । ଏହି ସିଟ ହେଉଛି ତେଲେଙ୍ଗନାର କଂଗ୍ରେସ ସାଂସଦ ତଥା ଅଭିଷେକ ମନୁ ସିଂଘବୀଙ୍କର । ସୂଚନା ଅନୁସାରେ ମୋଟ ୫୦ହଜାର ଟଙ୍କା ମିଳିଥିବା ଆଜି ଗୃହରେ ସୂଚନା ଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ । ତେବେ ଟଙ୍କା କେଉଁଠୁ ଆସିଲା? କଡ଼ା ସୁରକ୍ଷା ଭିତରେ କିଭଳି ଜଣାପଡିଲାନି? ଏହି ସବୁ ପ୍ରଶ୍ନ ଭିତରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ । ପୂରା ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅଭିଷେକ ମନୁ ସିଂଘଭୀ ଏହାକୁ ଏକ ହାସ୍ୟସ୍ପଦ କଥା କହିଛନ୍ତି ।କଂଗ୍ରେସ ସାଂସଦ କହିଛନ୍ତି ପ୍ରତିଦିନ ୫ଶହ ଟଙ୍କା ନେଇ ସେ ସଂସଦଙ୍କୁ ଆସନ୍ତି । ଗୁରୁବାର କେବଳ ୩ମିନିଟ ପର୍ଯ୍ୟନ୍ତ ଗୃହରେ ରହିଚାଲିଯାଇଥିଲେ । ସିଟ ତଳେ କିଭଳି ଟଙ୍କା ବିଡା ଆସିଲା ସେ ବାବଦରେ କିଛି ବି ଜାଣନ୍ତି ନ

ରାଜ୍ୟସଭାରେ କ୍ୟାସ୍ କାଣ୍ଡ ; ସାଂସଦ ଅଭିଷେକ ମୁନ ସିଂଘଭୀଙ୍କ ସିଟ ତଳୁ ନୋଟ ବିଡ଼ା ମିଳିବା ଘଟଣାର ହେବ ତଦନ୍ତ ....

କନକ ବ୍ୟୁରୋ : ରାଜ୍ୟସଭାରେ ନୋଟ୍ ଝଡ । ସାଂସଦ ଅଭିଷେକ ମନୁ ସିଂଘଭୀଙ୍କ ସିଟ ନମ୍ବର ୨୨୨ ତଳୁ ନୋଟବିଡ଼ା ମିଳିବା ପରେ ଗୃହରେ ତୁମ୍ବିତୋଫାନ ଦେଖାଦେଇଛି । ଗତକାଲିର ଘଟଣାର ବାବଦରେ ଆଜି ସୂଚନା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସୂଚନା ଦେବା ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଥାକଟାକଟି ହୋଇଛି । ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ ମନୁ ସିଂହଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିଲେ ।

ଗୁରୁବାର ସିଟ ନମ୍ବର ୨୨୨ରୁ ମିଳିଛି ନୋଟ ବିଡା । ଏହି ସିଟ ହେଉଛି ତେଲେଙ୍ଗନାର କଂଗ୍ରେସ ସାଂସଦ ତଥା ଅଭିଷେକ ମନୁ ସିଂଘବୀଙ୍କର । ସୂଚନା ଅନୁସାରେ ମୋଟ ୫୦ହଜାର ଟଙ୍କା ମିଳିଥିବା ଆଜି ଗୃହରେ ସୂଚନା ଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ । ତେବେ ଟଙ୍କା କେଉଁଠୁ ଆସିଲା? କଡ଼ା ସୁରକ୍ଷା ଭିତରେ କିଭଳି ଜଣାପଡିଲାନି? ଏହି ସବୁ ପ୍ରଶ୍ନ ଭିତରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ ।

ପୂରା ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅଭିଷେକ ମନୁ ସିଂଘଭୀ ଏହାକୁ ଏକ ହାସ୍ୟସ୍ପଦ କଥା କହିଛନ୍ତି ।କଂଗ୍ରେସ ସାଂସଦ କହିଛନ୍ତି ପ୍ରତିଦିନ ୫ଶହ ଟଙ୍କା ନେଇ ସେ ସଂସଦଙ୍କୁ ଆସନ୍ତି । ଗୁରୁବାର କେବଳ ୩ମିନିଟ ପର୍ଯ୍ୟନ୍ତ ଗୃହରେ ରହିଚାଲିଯାଇଥିଲେ । ସିଟ ତଳେ କିଭଳି ଟଙ୍କା ବିଡା ଆସିଲା ସେ ବାବଦରେ କିଛି ବି ଜାଣନ୍ତି ନାହିଁ । ସେପଟେ ଏଭଳି ଘଟଣା ସଂସଦର ଗାରିମାକୁ କ୍ଷୁର୍ଣ୍ଣ କରୁଥିବା କହିଛି ବିଜେପି । ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ସତ୍ୟତା ଉପରୁ ପର୍ଦ୍ଦା ମଧ୍ୟ ଉଠିବ । ତେବେ ସରକାରଙ୍କୁ ଚାଷୀ, ଆଦାନୀ ଓ ବିଭନ୍ନ ପ୍ରସଙ୍ଗ ନେଇ ଘେରୁଥିବା କଂଗ୍ରେସ ପାଇଁ ଏବେ ଏହି ଘଟଣା ବଡ ସମସ୍ୟା ଆଣିପାରେ । ପାଲଟା ଜବାବ ଦେବାକୁ ବିଜେପିକୁ ମିଳିଛି ବଡ ପ୍ରସଙ୍ଗ ।